ବାଇକ ଦୁର୍ଘଟଣାରେ ଜଣେ ମୃତ, ୨ଆହତ

ମାଲକାନଗିରି: ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଏମଭି ୮ ଗ୍ରାମର କାଳୀନାଥ ଚାର୍ଟାର୍ଜୀ (୪୨) ଓ ଆହତ ଦୁଇ ଜଣ ହେଲେ ଝରାପାଲ୍ଲୀ ଗ୍ରାମର ମୁକା ମାଡକାମୀ ଓ ହରି ମାଡକାମୀ। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ କାଦବାହାଲ ଗ୍ରାମ ନିକଟରେ ଯୁଗଳ କୀର୍ତ୍ତନୀୟା ନାମକ ଜଣେ ବ୍ୟକ୍ତି ମାଛ ଚାଷ କରୁଥିବା ବେଳେ ସେଠାରେ କାଳୀନାଥ କାମ କରୁଥିଲେ। […]

ମାଲକାନଗିରି: ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଏମଭି ୮ ଗ୍ରାମର କାଳୀନାଥ ଚାର୍ଟାର୍ଜୀ (୪୨) ଓ ଆହତ ଦୁଇ ଜଣ ହେଲେ ଝରାପାଲ୍ଲୀ ଗ୍ରାମର ମୁକା ମାଡକାମୀ ଓ ହରି ମାଡକାମୀ। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ କାଦବାହାଲ ଗ୍ରାମ ନିକଟରେ ଯୁଗଳ କୀର୍ତ୍ତନୀୟା ନାମକ ଜଣେ ବ୍ୟକ୍ତି ମାଛ ଚାଷ କରୁଥିବା ବେଳେ ସେଠାରେ କାଳୀନାଥ କାମ କରୁଥିଲେ। ଆଜି ସନ୍ଧ୍ୟା ୬ଟା ବେଳେ କାଳୀନାଥ କାମ ଶେଷ କରି ଘରକୁ ଫେରୁଥିଲେ। ସେହି ସମୟରେ ମୁକ୍କା ମାଡକାମୀ ଓ ହରି ମାଡକାମୀ କାମବେଡାରୁ ଝରାପାଲ୍ଲୀ ଗାଁକୁ ଯିବାବେଳେ ବାଇକଟି ଚାଲି ଚାଲି ଯାଉଥିବା କାଳୀନାଥକୁ ଧକ୍କା ଦେଇଥିଲା।

ଦୁର୍ଘଟଣାସ୍ଥଳରେ ୩ ଜଣ ଯାକ ଛିଟିକି ପଡିଥିବା ବେଳେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କାଳୀନାଥଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୁକା ଓ ହରିର ବର୍ତ୍ତମାନ ଚିକିତ୍ସା କରାଯାଉଛି। ଏନେଇ ମାଲକାନଗିରି ଆଦର୍ଶ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଗାଡିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।

About The Author: The Sakala