ଅପହରଣ କରିଥିବା ୭ ଗ୍ରାମବାସୀଙ୍କୁ ମୁକ୍ତ କଲେ ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କ ଦ୍ଵାରା ଅପହରଣ ହୋଇଥିବା ୭ ଜଣ ହେଲେ ମୁକ୍ତ। ଗତ ୧୮ ତାରିଖରେ କୁଣ୍ଡେଡ଼ ଗ୍ରାମର ୭ ଜଣଙ୍କୁ ଅପହରଣ କରି ନେଇଥିବା ଗ୍ରାମବାସୀଙ୍କୁ ଆଜି ମାଓବାଦୀମାନେ ମୁକ୍ତ କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକୁମା ଜ଼ୀଲ୍ଳାର କୁଣ୍ଡେଡ଼ ଗ୍ରାମର ୭ଜଣ ଯୁବକଙ୍କୁ ମାଓବାଦୀ ମାନେ ପୋଲିସର ସୂଚନା ଦାତା ସମ୍ବନ୍ଧରେ ଅପହରଣ କରିଥିଲେ। କିନ୍ତୁ ସେହି ଯୁବକ ମାନଙ୍କୁ ଉଦ୍ଧାର କରିବା ପାଇଁ ଗ୍ରାମର ଅଧା ଲୋକ ମାଓବାଦୀଙ୍କ ନିକଟରେ […]

ମାଲକାନଗିରି: ମାଓବାଦୀଙ୍କ ଦ୍ଵାରା ଅପହରଣ ହୋଇଥିବା ୭ ଜଣ ହେଲେ ମୁକ୍ତ। ଗତ ୧୮ ତାରିଖରେ କୁଣ୍ଡେଡ଼ ଗ୍ରାମର ୭ ଜଣଙ୍କୁ ଅପହରଣ କରି ନେଇଥିବା ଗ୍ରାମବାସୀଙ୍କୁ ଆଜି ମାଓବାଦୀମାନେ ମୁକ୍ତ କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକୁମା ଜ଼ୀଲ୍ଳାର କୁଣ୍ଡେଡ଼ ଗ୍ରାମର ୭ଜଣ ଯୁବକଙ୍କୁ ମାଓବାଦୀ ମାନେ ପୋଲିସର ସୂଚନା ଦାତା ସମ୍ବନ୍ଧରେ ଅପହରଣ କରିଥିଲେ। କିନ୍ତୁ ସେହି ଯୁବକ ମାନଙ୍କୁ ଉଦ୍ଧାର କରିବା ପାଇଁ ଗ୍ରାମର ଅଧା ଲୋକ ମାଓବାଦୀଙ୍କ ନିକଟରେ ପହଞ୍ଚିବା ସହ ଅନେକ ଆଦିବାସୀ ସଙ୍ଗଠନ ମଧ୍ୟ ସେହି ଯୁବକ ମାନଙ୍କୁ ଛାଡିଦେବା ପାଇଁ ଅନୁରୋଧ କରିଥିଲେ । ତେବେ ମାଓବାଦୀମାନେ ଟୋଲାଭର୍ଟ ଅଞ୍ଚଳରେ ଏକ ଜନ ଅଦାଲତ ସ୍ଥାପନ କରି ଏହି ଗ୍ରାମବାସୀ ମାନଙ୍କୁ ପୋଲିସ ସହ କୌଣସି ସମ୍ପର୍କ ନ ରଖିବା ପାଇଁ ଚେତାବନୀ ଦେଇ ମୁକ୍ତ କରିଥିବା ଜଣା ପଡିଛି । ଏହି ୭ ଜଣ ବ୍ୟକ୍ତି ସୁରକ୍ଷିତ ଫେରି ଆସିବା ପରେ ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

 

 

About The Author: The Sakala