ହାର୍ଡକୋର ମାଓବାଦୀ ନେତା ବିନୋଦଙ୍କ କରୋନାରେ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସିମାନ୍ତ ଛତିଶଗଡ ବିଜାପୁର ଓ ସୁକୁମା ଜିଲ୍ଲା ଜଙ୍ଗଲ ଅଂଚଳରେ କୋଭିଡ୍‌ରେ ଆକ୍ରାନ୍ତ ମାଓବାଦୀ ମାନେ ଲୁଚି ଚିକିତ୍ସା ହେଉଥିବା ସମୟରେ ଅନେକ ମାଓବାଦୀଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ହାର୍ଡକୋର ମାଓବାଦୀ ବିନୋଦ ହେମ୍‌ଲା ଛଦ୍ମନାମ ହୁଙ୍ଗାଙ୍କ ମୃତ୍ୟୁ ହୋଇଥିବା ପୁଲିସ ଇନ୍ସସ୍ପେକଟର ଜେନେରାଲ ସୁନ୍ଦରରାଜ ସୂଚନା ଦେଇଛନ୍ତି । ଗତ ୧୧ ତାରିଖରେ ହୁଙ୍ଗାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍କର ଅନ୍ତିମ ସଂସ୍କାର ସମାରୋହ କରାଯାଇଛି […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସିମାନ୍ତ ଛତିଶଗଡ ବିଜାପୁର ଓ ସୁକୁମା ଜିଲ୍ଲା ଜଙ୍ଗଲ ଅଂଚଳରେ କୋଭିଡ୍‌ରେ ଆକ୍ରାନ୍ତ ମାଓବାଦୀ ମାନେ ଲୁଚି ଚିକିତ୍ସା ହେଉଥିବା ସମୟରେ ଅନେକ ମାଓବାଦୀଙ୍କ କୋଭିଡ୍‌ରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ହାର୍ଡକୋର ମାଓବାଦୀ ବିନୋଦ ହେମ୍‌ଲା ଛଦ୍ମନାମ ହୁଙ୍ଗାଙ୍କ ମୃତ୍ୟୁ ହୋଇଥିବା ପୁଲିସ ଇନ୍ସସ୍ପେକଟର ଜେନେରାଲ ସୁନ୍ଦରରାଜ ସୂଚନା ଦେଇଛନ୍ତି ।

ଗତ ୧୧ ତାରିଖରେ ହୁଙ୍ଗାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ତାଙ୍କର ଅନ୍ତିମ ସଂସ୍କାର ସମାରୋହ କରାଯାଇଛି । ଦାନ୍ତେୱାଡା , ବସ୍ତର , ସୁକୁମା , ଏବଂ ବିଜାପୁର ଜିଲ୍ଲାରେ ୧୬ ରୁ ଅଧିକ ପ୍ରମୁଖ ଘଟଣାରେ ବିନୋଦ୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମାଓବାଦୀ ସଙ୍ଗଠନର ପି.ଏଲ.ଜି.ଏ ବାଟାଲିୟନ୍‌ର ନମ୍ବର ୧ କମାଣ୍ଡର ବିନୋଦ ୧୯୯୪ ମସିହାରୁ ମାଓବାଦୀ ସଙ୍ଗଠନରେ ଯୋଗ ଦେଇ କମାଣ୍ଡର ଭାବେ କାମ କରୁଥିଲେ । ୨୦୧୩ ମସିହାରେ ଜିରାମ ଭ୍ୟାଲି ଘଟଣାରେ ମୁଖ୍ୟ ଭୂମିକା ବିନୋଦ୍ ନିଭାଇ ଥିଲେ । ଯାହା ଫଳରେ ସେହି ଘଟଣାରେ ଅନେକ କଂଗ୍ରେସ ନେତାଙ୍କ ମୃତ୍ୟୁ ହୋଇଥିଲା । ସରକାରଙ୍କ ତରଫରୁ ତାଙ୍କ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣ କରାଯାଇଥିଲା ।

About The Author: The Sakala