ମାଓ ଷଡ଼ଯନ୍ତ୍ର ପଣ୍ଡ: ସର୍ଚ୍ଚ ଅପରେସନ ବେଳେ ଜବତ ହେଲା ଲ୍ୟାଣ୍ଡମାଇନ

କାଳିମେଳା: ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲ ଭିତରେ ନକ୍ସଲମାନେ ଲ୍ୟାଣ୍ଡମାଇନ ଲଗାଇ ଥିବାବେଳେ ଏହାକୁ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଡିଗାଟା ଠାରେ ଥିବା ୧୪୨ ବିଏସଏଫ ବାହିନୀର ଯବାନମାନେ ଭେଜାଙ୍ଗିୱାଡା ଅଞ୍ଚଳକୁ କମ୍ବିଂ ଅପରେସନ କରିବାକୁ ଯାଇଥିଲେ। ଏହି ସମୟରେ ଗୋମ୍ଫାକୋଣ୍ଡା କେନାଲ ରାସ୍ତା ଉପରେ କିଛି ବିଦ୍ୟୁତ ତାର ଦେଖିବାକୁ ପାଇଥିଲେ। ପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ପ୍ରାୟ ଦେଢ […]

କାଳିମେଳା: ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲ ଭିତରେ ନକ୍ସଲମାନେ ଲ୍ୟାଣ୍ଡମାଇନ ଲଗାଇ ଥିବାବେଳେ ଏହାକୁ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଡିଗାଟା ଠାରେ ଥିବା ୧୪୨ ବିଏସଏଫ ବାହିନୀର ଯବାନମାନେ ଭେଜାଙ୍ଗିୱାଡା ଅଞ୍ଚଳକୁ କମ୍ବିଂ ଅପରେସନ କରିବାକୁ ଯାଇଥିଲେ। ଏହି ସମୟରେ ଗୋମ୍ଫାକୋଣ୍ଡା କେନାଲ ରାସ୍ତା ଉପରେ କିଛି ବିଦ୍ୟୁତ ତାର ଦେଖିବାକୁ ପାଇଥିଲେ। ପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ। ପ୍ରାୟ ଦେଢ କେଜି ଓଜନର ଏକ ଟିଫିନ ବୋମା ବା ଲ୍ୟାଣ୍ଡମାଇନକୁ ମାଟି ତଳେ ପୋତି ରଖିଥିଲେ ମାଓବାଦୀ। ଲେଣ୍ଡମାଇନ ଠାବ ହେବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ। ଘଟଣାସ୍ଥଳରୁ ଡିଟୋନେଟର୍ ଓ ବିଦ୍ୟୁତ ତାର ସହ ଅନ୍ୟସାମଗ୍ରୀ ଜବତ କରାଯାଇଛି।

About The Author: The Sakala