ଲଘୁଚାପ ବର୍ଷା : କାଲିଠୁ କମିବ , ପୁଣି ୧୦ରୁ ଛେଚିବ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ବର୍ଷା ଲାଗିରହିଛି। ମଙ୍ଗଳବାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି ଯେ ମଙ୍ଗଳବାର ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼଼ ଓ କେନ୍ଦୁଝର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୬ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବୁଧବାରଠାରୁ ବର୍ଷାର ପରିମାଣ କମିବା […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ବର୍ଷା ଲାଗିରହିଛି। ମଙ୍ଗଳବାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି ଯେ ମଙ୍ଗଳବାର ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼଼ ଓ କେନ୍ଦୁଝର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୬ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ବୁଧବାରଠାରୁ ବର୍ଷାର ପରିମାଣ କମିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲେ ମଧ୍ୟ ୧୦ ତାରିଖରୁ ପୁଣି ଜୋର୍‌ରେ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି।

ଆସନ୍ତା ୧୨ ତାରିଖରେ ଆଉ ଏକ ଲଘୁଚାପ ନେଇ ବିଭିନ୍ନ ମଡେଲ୍‍ ଆକଳନ କରୁଥିବାରୁ ଏହି ବର୍ଷା ସମ୍ପୃକ୍ତ ଲଘୁଚାପର ପ୍ରାକ୍‍ ସୂଚନା ବୋଲି ଆକଳନ କରାଯାଉଛି। ରବିବାର ଭଲ ବର୍ଷା ହୋଇଥିବା ଯୋଗୁଁ ରାଜ୍ୟରେ ଯେଉଁ ୩୦ ପ୍ରତିଶତ ନିଅଣ୍ଟିଆ ବର୍ଷାର ପରିମାଣ ହ୍ରାସ ପାଇଁ ୨୯ ପ୍ରତିଶତକୁ ଖସିଛି ବୋଲି ଡ. ବିଶ୍ୱାସ କହିଛନ୍ତି। ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବାଧିକ ବର୍ଷା ୧୦୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୬୪ ମିମି, ଗୋପାଳପୁରରେ ୫୯, ଛତ୍ରପୁରରେ ୫୭, ବାଲେଶ୍ୱରରେ ୫୧, ଦାରିଙ୍ଗବାଡ଼ିରେ ୫୦, କଟକରେ ୪୩ ଓ ତାଳଚେରରେ ୪୦ ମିମି ବର୍ଷା ହୋଇଛି।

ଅନ୍ୟପଟେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଦକ୍ଷିଣ ଓଡ଼ିଶା ତଥା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଉତ୍ତର ବଙ୍ଗୋପସାଗରେ ଝଡ଼ ପବନର ବେଗ ୪୦-୫୦ କିମି ରହୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪୮ ଘଣ୍ଟା ପାଇଁ ପାଇଁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ସେହିପରି ଲଘୁଚାପ ଜନିତ ବର୍ଷା ପାଇଁ କୌଣସି ସମସ୍ୟା ଉପୁଜିଲେ ଏହାର ତୁରନ୍ତ ସମାଧାନ ପାଇଁ ଏସଆରସିଙ୍କ କାର୍ଯ୍ୟାଳୟରୁ ପରାମର୍ଶ ଦିଆଯାଇଛି। ବିଶେଷ କରି ୟେଲୋ ଆଲର୍ଟ ତାଲିକାରେ ରହିଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସ୍‍ଆରସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି।

About The Author: The Sakala