ଛୁଇଁଦେଇ ବ୍ରେକ୍‌ ନେବ ମୌସୁମୀ; ବାଧା ସାଜିବ ପଶ୍ଚିମାଝଡ଼, ରଜ ବେଳକୁ ବର୍ଷା ସମ୍ଭାବନା…

The Sakala Picture
Published On

ଭୁବନେଶ୍ୱର: ବିରତି ନେବ ମୌସୁମୀ। ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସୁ ଆସୁ ବର୍ଷାରେ ଲାଗିବ ବଡ଼ ବ୍ରେକ୍‌। ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବା ସହ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଫଳରେ ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲେ ମଧ୍ୟ ପୂର୍ବ ଭଳି ଜୁନ୍‌ ୧୦ ପରେ ବା ରଜ ବେଳକୁ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି। ସୂଚନା ଅନୁଯାୟୀ, ଉଭୟ ଆରବ ସାଗରରେ ଓ ବଙ୍ଗୋପସାଗରରେ ସୃଷ୍ଟି […]

ଭୁବନେଶ୍ୱର: ବିରତି ନେବ ମୌସୁମୀ। ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସୁ ଆସୁ ବର୍ଷାରେ ଲାଗିବ ବଡ଼ ବ୍ରେକ୍‌। ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବା ସହ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଫଳରେ ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲେ ମଧ୍ୟ ପୂର୍ବ ଭଳି ଜୁନ୍‌ ୧୦ ପରେ ବା ରଜ ବେଳକୁ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ, ଉଭୟ ଆରବ ସାଗରରେ ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହେତୁ ଚଳିତ ବର୍ଷ ମୌସୁମୀ ବହୁ ଆଗରୁ ଅର୍ଥାତ ୨୪ ମେ’ରେ କେରଳ ଛୁଇଁଥିଲା। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଏହାକୁ ଓଡ଼ିଶା ଆଡ଼କୁ ଟାଣି ଆଣିବାରେ ସକ୍ଷମ ହେବା ହେତୁ ରାଜ୍ୟକୁ ମଧ୍ୟ ସ୍ୱାଭାବିକଠାରୁ ଦୁଇ ସପ୍ତାହ ଆଗରୁ ମୌସୁମୀ ଆସିଥିଲା। ମାତ୍ର ଲଘୁଚାପର ପ୍ରଭାବ କମିବା ପରେ ମୌସୁମୀ ବ୍ରେକ୍‌ ମାରିବାକୁ ଯାଉଛି। ମୁଖ୍ୟତଃ ଉତ୍ତର ଆଫାଗାନୀସ୍ଥାନରେ ପଶ୍ଚିମା ଝଡ଼ ଓ ଏହା ପଛକୁ ସୃଷ୍ଟି ହେବାକୁ ଥିବା ଆଉ ଏକ ପଶ୍ଚିମା ଝଡ଼ ମୌସୁମୀକୁ ଆଗରେ ପ୍ରତିବନ୍ଧକ ହେବ ବୋଲି ଜଣାପଡ଼ିଛି। ଯାହାର ଫଳ ସ୍ୱରୂପ ରାଜ୍ୟରେ ଉଭୟ ମୌସୁମୀ ଏବଂ ଲଘୁଚାପ ଥିବା ସତ୍ତେ୍ୱ ଓଡ଼ିଶାରେ ବିଶେଷ ବର୍ଷା ହୋଇନାହିଁ। ପଶ୍ଚିମା ଝଡ଼ ସକ୍ରିୟ ହେଲେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଆସିଥାଏ। ଏହାଦ୍ୱାରା ବାୟୁ ମଣ୍ଡଳରେ ଆର୍ଦ୍ରତା କିମିବା ସହ ବର୍ଷା କମିଥାଏ। ପ୍ରାୟ ଦୁଇ ସପ୍ତାହେ ପର୍ଯ୍ୟନ୍ତ ଏଭଳି ସ୍ଥିତି ଯୋଗୁଁ ମୌସୁମୀର ବ୍ରେକ୍‌ ଲାଗିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଅନ୍ୟପଟେ ଗୁରୁବାର ରାଜ୍ୟର ଆଉ କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଛି। ଉଭୟ ମୌସୁମୀ ଓ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ଏହା ରାଜ୍ୟରେ ମୌସୁମୀକୁ ଅଧିକ ସକ୍ରିୟ କରାଉଛି। ଫଳରେ ଗୁରୁବାର ରାଜ୍ୟର ଆଉ କେତେକ ଜିଲ୍ଲାକୁ ମୌସୁମୀ ଅଗ୍ରସର ହୋଇଛି। ଆଜି ମାଲକାନଗିରିି, କୋରାପୁଟ,ଗଜପତି ଜିଲ୍ଲାକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରିଥିବା ବେଳେ ନବରଙ୍ଗପୁର, ଗଞ୍ଜାମ, ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳ ଓ କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଆଂଶିକ ଅଗ୍ରସର ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଏବେ ଏହା ଗଭୀର ଅବପାତ ଅବସ୍ଥାରେ ରହିଛି। ଏହା ସାଗର ଦ୍ୱୀପ ଏବଂ ବାଂଲାଦେଶ ଖେପୁପୁରା ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଶୁକ୍ରବାର କିଛି କିଛି ସ୍ଥାନରେ ବର୍ଷା ଆଶଙ୍କା ରହିଛି। ତେବେ ବର୍ଷାର ପ୍ରଭାବ ଶୁକ୍ରବାରଠାରୁ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶୁକ୍ରବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ହାଲୁକାରୂୁ ମଧ୍ୟମ ବର୍ଷା ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

30 May 2025 By The Sakala

ଛୁଇଁଦେଇ ବ୍ରେକ୍‌ ନେବ ମୌସୁମୀ; ବାଧା ସାଜିବ ପଶ୍ଚିମାଝଡ଼, ରଜ ବେଳକୁ ବର୍ଷା ସମ୍ଭାବନା…

ଭୁବନେଶ୍ୱର: ବିରତି ନେବ ମୌସୁମୀ। ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସୁ ଆସୁ ବର୍ଷାରେ ଲାଗିବ ବଡ଼ ବ୍ରେକ୍‌। ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବା ସହ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। ଫଳରେ ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲେ ମଧ୍ୟ ପୂର୍ବ ଭଳି ଜୁନ୍‌ ୧୦ ପରେ ବା ରଜ ବେଳକୁ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି।

ସୂଚନା ଅନୁଯାୟୀ, ଉଭୟ ଆରବ ସାଗରରେ ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହେତୁ ଚଳିତ ବର୍ଷ ମୌସୁମୀ ବହୁ ଆଗରୁ ଅର୍ଥାତ ୨୪ ମେ’ରେ କେରଳ ଛୁଇଁଥିଲା। ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଏହାକୁ ଓଡ଼ିଶା ଆଡ଼କୁ ଟାଣି ଆଣିବାରେ ସକ୍ଷମ ହେବା ହେତୁ ରାଜ୍ୟକୁ ମଧ୍ୟ ସ୍ୱାଭାବିକଠାରୁ ଦୁଇ ସପ୍ତାହ ଆଗରୁ ମୌସୁମୀ ଆସିଥିଲା। ମାତ୍ର ଲଘୁଚାପର ପ୍ରଭାବ କମିବା ପରେ ମୌସୁମୀ ବ୍ରେକ୍‌ ମାରିବାକୁ ଯାଉଛି। ମୁଖ୍ୟତଃ ଉତ୍ତର ଆଫାଗାନୀସ୍ଥାନରେ ପଶ୍ଚିମା ଝଡ଼ ଓ ଏହା ପଛକୁ ସୃଷ୍ଟି ହେବାକୁ ଥିବା ଆଉ ଏକ ପଶ୍ଚିମା ଝଡ଼ ମୌସୁମୀକୁ ଆଗରେ ପ୍ରତିବନ୍ଧକ ହେବ ବୋଲି ଜଣାପଡ଼ିଛି। ଯାହାର ଫଳ ସ୍ୱରୂପ ରାଜ୍ୟରେ ଉଭୟ ମୌସୁମୀ ଏବଂ ଲଘୁଚାପ ଥିବା ସତ୍ତେ୍ୱ ଓଡ଼ିଶାରେ ବିଶେଷ ବର୍ଷା ହୋଇନାହିଁ। ପଶ୍ଚିମା ଝଡ଼ ସକ୍ରିୟ ହେଲେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଆସିଥାଏ। ଏହାଦ୍ୱାରା ବାୟୁ ମଣ୍ଡଳରେ ଆର୍ଦ୍ରତା କିମିବା ସହ ବର୍ଷା କମିଥାଏ। ପ୍ରାୟ ଦୁଇ ସପ୍ତାହେ ପର୍ଯ୍ୟନ୍ତ ଏଭଳି ସ୍ଥିତି ଯୋଗୁଁ ମୌସୁମୀର ବ୍ରେକ୍‌ ଲାଗିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଗୁରୁବାର ରାଜ୍ୟର ଆଉ କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇଛି। ଉଭୟ ମୌସୁମୀ ଓ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ଏହା ରାଜ୍ୟରେ ମୌସୁମୀକୁ ଅଧିକ ସକ୍ରିୟ କରାଉଛି। ଫଳରେ ଗୁରୁବାର ରାଜ୍ୟର ଆଉ କେତେକ ଜିଲ୍ଲାକୁ ମୌସୁମୀ ଅଗ୍ରସର ହୋଇଛି। ଆଜି ମାଲକାନଗିରିି, କୋରାପୁଟ,ଗଜପତି ଜିଲ୍ଲାକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରିଥିବା ବେଳେ ନବରଙ୍ଗପୁର, ଗଞ୍ଜାମ, ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳ ଓ କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଆଂଶିକ ଅଗ୍ରସର ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଏବେ ଏହା ଗଭୀର ଅବପାତ ଅବସ୍ଥାରେ ରହିଛି। ଏହା ସାଗର ଦ୍ୱୀପ ଏବଂ ବାଂଲାଦେଶ ଖେପୁପୁରା ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ଶୁକ୍ରବାର କିଛି କିଛି ସ୍ଥାନରେ ବର୍ଷା ଆଶଙ୍କା ରହିଛି। ତେବେ ବର୍ଷାର ପ୍ରଭାବ ଶୁକ୍ରବାରଠାରୁ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶୁକ୍ରବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ହାଲୁକାରୂୁ ମଧ୍ୟମ ବର୍ଷା ଆଶଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର