ବଦଳିବ ଲିଙ୍ଗରାଜ ମନ୍ଦିର ସିଂହଦ୍ଵାର କବାଟ, ଏଏସଆଇ ତତ୍ୱାବଧାନରେ କାର୍ଯ୍ଯ ଆରମ୍ଭ

ଭୁବନେଶ୍ବର: ବଦଳିବ ଲିଙ୍ଗରାଜ ମନ୍ଦିର ସିଂହଦ୍ଵାର କବାଟ। ଭାରତୀୟ ପତ୍ନତତ୍ୱ ବିଭାଗ ତତ୍ୱାବଧାନରେ କାର୍ଯ୍ଯ ଆରମ୍ଭ ହୋଇଛି । କାମ ଆରମ୍ଭ ହୋଇଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାରକୁ ଆସନ୍ତା ୧୫ ତାରିଖ ପର୍ଯ୍ଯନ୍ତ ବନ୍ଦ ରଖାଯାଇଛି। ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା ଏହି କବାଟ ବିପଦଶଙ୍କୁଳ ଅବସ୍ଥାରେ ଥିଲା। କେତେବେଳେ କିଛିବି ଦୁର୍ଘଟଣାର ଆଶଙ୍କା କରାଯାଉଥିଲା। ୪୦ଜଣ ମହାରଣା ନୂତନ କବାଟ ନିର୍ମାଣ କାର୍ଯ୍ଯରେ ନିୟୋଜିତ ଅଛନ୍ତି। ଆସନ୍ତା ୧୬ତାରିଖରେ ପଢ଼ୁଆଁ ଅଷ୍ଟମୀ ତିଥିରେ […]

ଭୁବନେଶ୍ବର: ବଦଳିବ ଲିଙ୍ଗରାଜ ମନ୍ଦିର ସିଂହଦ୍ଵାର କବାଟ। ଭାରତୀୟ ପତ୍ନତତ୍ୱ ବିଭାଗ ତତ୍ୱାବଧାନରେ କାର୍ଯ୍ଯ ଆରମ୍ଭ ହୋଇଛି । କାମ ଆରମ୍ଭ ହୋଇଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାରକୁ ଆସନ୍ତା ୧୫ ତାରିଖ ପର୍ଯ୍ଯନ୍ତ ବନ୍ଦ ରଖାଯାଇଛି। ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା ଏହି କବାଟ ବିପଦଶଙ୍କୁଳ ଅବସ୍ଥାରେ ଥିଲା। କେତେବେଳେ କିଛିବି ଦୁର୍ଘଟଣାର ଆଶଙ୍କା କରାଯାଉଥିଲା। ୪୦ଜଣ ମହାରଣା ନୂତନ କବାଟ ନିର୍ମାଣ କାର୍ଯ୍ଯରେ ନିୟୋଜିତ ଅଛନ୍ତି। ଆସନ୍ତା ୧୬ତାରିଖରେ ପଢ଼ୁଆଁ ଅଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ହେବାକୁ ଥିବାବେଳେ ଏହା ପୂର୍ବରୁ ନୂତନ କବାଟ ଲାଗିଯିବ ବୋଲି ଆଶା କରାଯାଉଛି। ପୁରୁଣା କବାଟ କାଠରେ ନିର୍ମିତ ଥିବା ବେଳେ ଏହା ଉପରେ ପିତଳ କୋଟିଂ ଦିଆଯାଇଥିଲା। ବର୍ତ୍ତମାନ ନୂଆ କବାଟ ଶାଗୁଆନ କାଠରେ ପ୍ରସ୍ତୁତ କରାଯାଉଥିବା ବେଳେ ଏହା ଉପରେ ମଧ୍ୟ ସେହି ପିତଳ ଛାଉଣୀ ଦିଆଯିବ।

About The Author: The Sakala