ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ୍: ୧ ମୃତ, ୮ ଆହତ

ଜୟପୁର: ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ ନିକଟରେ ଜୟପୁରର ଏକ ଘରୋଇ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ଉକ୍ତ ସ୍କୁଲ ପ୍ରିନସପାଲଙ୍କ ପତ୍ନୀ ନିଳିମା ପଣ୍ଡା ବୋଲି ଜଣାପଡ଼ିିଛି। ସୂଚନା ଅନୁଯାୟୀ, ସ୍କୁଲର ପିଅନଙ୍କ ମୃତ୍ୟୁ ଖବର ପାଇ ତାଙ୍କର ଶେଷ ଦର୍ଶନ ନିମନ୍ତେ ସ୍କୁଲ କର୍ମଚାରୀ ଯାଉଥିବାବେଳେ ଏହି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ସ୍କୁଲ […]

ଜୟପୁର: ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବ ନିକଟରେ ଜୟପୁରର ଏକ ଘରୋଇ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ଉକ୍ତ ସ୍କୁଲ ପ୍ରିନସପାଲଙ୍କ ପତ୍ନୀ ନିଳିମା ପଣ୍ଡା ବୋଲି ଜଣାପଡ଼ିିଛି।

ସୂଚନା ଅନୁଯାୟୀ, ସ୍କୁଲର ପିଅନଙ୍କ ମୃତ୍ୟୁ ଖବର ପାଇ ତାଙ୍କର ଶେଷ ଦର୍ଶନ ନିମନ୍ତେ ସ୍କୁଲ କର୍ମଚାରୀ ଯାଉଥିବାବେଳେ ଏହି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ସ୍କୁଲ ପ୍ରିନସପାଲଙ୍କ ପତ୍ନୀ ନିଳିମା ପଣ୍ଡାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୈପାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଉକ୍ତ ସ୍କୁଲ ବସରେ ୨୩ ଜଣ ସ୍କୁଲ କର୍ମଚାରୀ ବସିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ସ୍କୁଲ ବସର ବ୍ରେକ ଫେଲ ହେବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

About The Author: The Sakala