‘କୋରାପୁଟ କଫି’ଚାଷୀଙ୍କୁ ମୁଖ୍ଯମନ୍ତ୍ରୀଙ୍କ ପ୍ରଶଂସା: ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବ ଟାଟା କମ୍ପାନୀ; ବଜାୟ ରହିବ ସ୍ୱତନ୍ତ୍ରତା, ବଢ଼ିବ ଚାହିଦା

The Sakala Picture
Published On

ଭୁବନେଶ୍ୱର: ଆଦିବାସୀ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇଛି ‘କୋରାପୁଟ କଫି’ । ନିଜ ସ୍ୱତନ୍ତ୍ରତା ଯୋଗୁଁ ଏହାର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଚାଷ କରି ଆଦିବାସୀ ସମ୍ପ୍ରଦାୟ ଚାଷୀମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ଯାହାର ଏକ ଉଦାହରଣ ହେଉଛନ୍ତି କସମପଦର ଗାଁର ସୁଲୋଚନା ଖର । ସେ ଟିଡିସିସିଓଏଲକୁ କମ୍ପାନୀକୁ ୨୦୦ କେ.ଜି କଫି ଫଳ ବିକ୍ରି କରି ସଫଳ ଚାଷୀ ହୋଇପାରିଛନ୍ତି । ଯାହାଙ୍କ […]

ଭୁବନେଶ୍ୱର: ଆଦିବାସୀ ଚାଷୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇଛି ‘କୋରାପୁଟ କଫି’ । ନିଜ ସ୍ୱତନ୍ତ୍ରତା ଯୋଗୁଁ ଏହାର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଏହାକୁ ଚାଷ କରି ଆଦିବାସୀ ସମ୍ପ୍ରଦାୟ ଚାଷୀମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ଯାହାର ଏକ ଉଦାହରଣ ହେଉଛନ୍ତି କସମପଦର ଗାଁର ସୁଲୋଚନା ଖର । ସେ ଟିଡିସିସିଓଏଲକୁ କମ୍ପାନୀକୁ ୨୦୦ କେ.ଜି କଫି ଫଳ ବିକ୍ରି କରି ସଫଳ ଚାଷୀ ହୋଇପାରିଛନ୍ତି । ଯାହାଙ୍କ ବିଷୟରେ ଟ୍ୱିଟ୍ କରି ପ୍ରଶଂସା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କୋରାପୁଟ କଫି’ର ଲୋକପ୍ରିୟତା ବଜାୟ ରଖିବାରେ କସମପଦର ଗାଁର ସୁଲୋଚନା ଖରଙ୍କ ପରି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। ସେ ଟିଡକଲ୍‌କୁ ୨୦୦ରୁ ଊର୍ଦ୍ଧ୍ଵ କେଜି କଫି ଫଳ ବିକ୍ରି କରି ​ସଫଳ ଚାଷୀ ହୋଇପାରିଛନ୍ତି। ‘କୋରାପୁଟ କଫି’ର ଆଦୃତି ଆଦିବାସୀ ଚାଷୀଙ୍କ ଆର୍ଥିକ-ସାମାଜିକ ସ୍ଥିତିକୁ ଆହୁରି ସୁଦୃଢ କରିଥିବା ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । ଏଥିସହିତ ‘କୋରାପୁଟ କଫି’ର ସ୍ୱତନ୍ତ୍ରତାକୁ ବଜାୟ ରଖି ଟାଟା କମ୍ପାନୀ ଏହାର ବିକ୍ରି କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍‌ରେ ସୂଚିତ କରିଛନ୍ତି । କୋଭିଡ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, କୋରାପୁଟର ଥଣ୍ଡା ଜଳବାୟୁ ପାଇଁ ଏଠାରେ କଫି ଚାଷ ଭଲ ହୋଇଥାଏ। କଫି ଚାଷ ପାଇଁ କୋରାପୁଟର ଏକ ସ୍ୱତନ୍ତ୍ର ପରିଚୟ ରହିଥିଲେ ମଧ୍ୟ ଏଠାରେ ପ୍ରକ୍ରିୟାକରଣ ୟୁନିଟ ନ ଥିବାରୁ କଫି ଚାଷୀମାନେ ଅସୁବିଧାରେ ପଡୁଥିଲେ। ଜିଲ୍ଲାରେ ପାଖାପାଖି ୩ ହଜାର ହେକ୍ଟର ଜମିରେ କଫି ଚାଷ କରାଯାଉଥିଲାବେଳେ କୋରାପୁଟରୁ ବର୍ଷକୁ ପ୍ରାୟ ୫୫୦ ମେଟ୍ରିକ ଟନ କଫି ମଞ୍ଜି ମିଳୁଛି। ଆଗରୁ ଚାଷୀମାନେ ଏହା ବାହାରକୁ ରପ୍ତାନୀ କରୁଥିଲେ। ଏଠାରୁ ମୁଖ୍ୟତଃ ଆନ୍ଧ୍ର ଓ କର୍ଣ୍ଣାଟକକୁ କଫି ବିକ୍ରି କରା ଯାଉଥିଲାବେଳେ ସେମାନେ ନିଜ ନାମରେ ବ୍ରାଣ୍ଡିଂ କରି କଫି ବିକ୍ରି କରୁଥିଲେ। ଫଳରେ କୋରାପୁଟ କଫି ଏହାର ଅସ୍ତିତ୍ୱ ହରାଉଥିଲା। ଚାଷୀଙ୍କ ସମସ୍ୟା ଦୂର କରିବା ସହ ନିଜ ପାଇଁ ପରିଚୟ ତିଆରି କରିବା ଲକ୍ଷ୍ୟ ନେଇ ରାଜ୍ୟର ପ୍ରଥମ କଫି ପ୍ରକିୟାକରଣ ୟୁନିଟ୍‌ ଉଦ୍‌ଘାଟନ କରିଥିଲେ ।

ଜୁନ ୨୦୨୧ ସୁଦ୍ଧା ୩୦,୦୦୦ ପରିବାରକୁ ୪୬,୦୦୦ ଏକରର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି। ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ‘ଲକ୍ଷ୍ମୀପୁର’, ‘କାଶିପୁର’, ‘ଦସମନ୍ତପୁର’, ‘ନନ୍ଦପୁର’, ‘ଲମଟାପୁଟ’, ‘କୋରାପୁଟ’ ଓ ‘ପଟ୍ଟାଙ୍ଗି’ ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮,୭୯୦ କେଜି କଫି ଚେରୀ ସଂଗ୍ରହ କରିଛି। ୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି। ଚଳିତ ବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଗତ ବର୍ଷ ଅପେକ୍ଷା ଅଧିକ କଫି ଉତ୍ପାଦନ ହେବ ବୋଲି ଆଶା ରଖାଯାଇଛି।

08 Aug 2021 By The Sakala

https://www.thesakala.in/latest-odisha-news/koraput/chief-minister-praises-koraput-coffee-farmers/article-4466
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର