ପୋଖରୀରେ ବୁଡ଼ି ନାବାଳକର ମୃତ୍ଯୁ

ବୋରିଗୁମ୍ମା: ବୋରିଗୁମ୍ମା ଥାନା ଅନ୍ତର୍ଗତ ପର୍ଲି ଗାଁରେ ଥିବା ଏକ ପୋଖରୀରେ ବୁଡି ୧୩ ବର୍ଷ ବାଳକର ମୃତ୍ଯୁ ହୋଇଥିବା ଜଣାପଡ଼ିଛି। ମୃତ ବାଳକ ଜଣଙ୍କ ପର୍ଲି ଗାଁର  ବିଶ୍ୱନାଥ ଅମାନତ୍ୟ । ପୁଲିସ ସୂଚନା ମୁତାବକ, ବିଶ୍ୱନାଥ ଅମାନତ୍ୟ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲା। ପୋଖରୀରେ ଗାଧୋଇବା ବେଳେ ହଠାତ ଗୋଡ଼ ଖସିବାରୁ ବିଶ୍ୱନାଥ ବୁଡିଯାଇଥିଲା। ଖବର ପାଇ ବୋରିଗୁମ୍ମା ଦମକଳ ବାହିନୀ ଆସି ମୃତ ବାଳକକୁ ପୋଖରୀରୁ ଉଦ୍ଧାର କରିଥିଲେ। ହେଲେ ପୋଖରୀରେ […]

ବୋରିଗୁମ୍ମା: ବୋରିଗୁମ୍ମା ଥାନା ଅନ୍ତର୍ଗତ ପର୍ଲି ଗାଁରେ ଥିବା ଏକ ପୋଖରୀରେ ବୁଡି ୧୩ ବର୍ଷ ବାଳକର ମୃତ୍ଯୁ ହୋଇଥିବା ଜଣାପଡ଼ିଛି। ମୃତ ବାଳକ ଜଣଙ୍କ ପର୍ଲି ଗାଁର  ବିଶ୍ୱନାଥ ଅମାନତ୍ୟ ।

ପୁଲିସ ସୂଚନା ମୁତାବକ, ବିଶ୍ୱନାଥ ଅମାନତ୍ୟ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲା। ପୋଖରୀରେ ଗାଧୋଇବା ବେଳେ ହଠାତ ଗୋଡ଼ ଖସିବାରୁ ବିଶ୍ୱନାଥ ବୁଡିଯାଇଥିଲା। ଖବର ପାଇ ବୋରିଗୁମ୍ମା ଦମକଳ ବାହିନୀ ଆସି ମୃତ ବାଳକକୁ ପୋଖରୀରୁ ଉଦ୍ଧାର କରିଥିଲେ। ହେଲେ ପୋଖରୀରେ ହିଁ ବିଶ୍ୱନାଥର ମୃତ୍ଯୁ ଘଟି ସାରିଥିଲା।

About The Author: The Sakala