କୋମନା ଯାଦବ ମହାସଭାରେ ରଣହୁଙ୍କାର, ନବୀନ ବାବୁଙ୍କ ସହ ଥିଲୁ ଆଉ ରହିବୁ...

ନୂଆପଡ଼ା: ଓଡ଼ିଶା ପ୍ରତି ନବୀନ ବାବୁଙ୍କ ଅବାଦନ କେବେ ଭୁଲି ହେବ ନାହିଁ । ଦୁଇ ଦଶନ୍ଧି ଧରି ନବୀନ ବାବୁଙ୍କ ଦୂରଦୃଷ୍ଟି ସମ୍ପନ୍ନ ଶାସନରେ ଓଡ଼ିଶା ଆଜି ସୁନାର ଓଡ଼ିଶା ହୋଇଛି । ଶଙ୍ଖ ଚିହ୍ନ ସହିତ ଆମେ ରହିଥିଲୁ, ଆଉ ଆଗକୁ ମଧ୍ୟ ଅଟଳ ରହିବୁ । ନୂଆପଡ଼ାରେ ବିଜେଡି ପ୍ରାର୍ଥିନୀ ସେହ୍ନାଙ୍ଗିନୀଙ୍କ ବିଜୟ ସୁନିଶ୍ଚିତ ବୋଲି ଶନିବାର କୋମନା ଠାରେ ଆୟୋଜିତ ଯାଦବ ମହାସଭାରେ ଦମ୍ଭୋକ୍ତି ପ୍ରକାଶ ପାଇଥିଲା । ବରିଷ୍ଠ ଯାଦବ ନେତା କ୍ଷମା ସିଂ ନିଆଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସର୍ବଭାରତୀୟ ଯାଦବ ମହାସଭା ସମ୍ପାଦକ ରାଜୁ ଘିବେଲା ମୁଖ୍ୟ ବକ୍ତା, ଉକ୍ରଳ ଯାଦବ ମହାସଭା ମହାସଚିବ ନନ୍ଦଲାଲ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବିଜେଡି ଶାସନ କାଳରେ ଓଡ଼ିଶାରେ ସଦଭାବନାର ନୂଆ ପରମ୍ପରା ସୃଷ୍ଟି ହୋଇଥିଲା । କେବଳ ଯାଦବ ସମ୍ପ୍ରଦାୟ ନୁହେଁ, ଏଠାରେ ବସବାସ କରୁଥିବା ପ୍ରତ୍ୟେକ ସମ୍ପ୍ରଦାୟକୁ ନବୀନ ପଟ୍ଟନାୟକ ସମାନ ଦୃଷ୍ଟିରେ ଦେଖିଛନ୍ତି । କାହା ପ୍ରତି ସେ ଅନ୍ୟାୟ ହେବାକୁ ଦେଇ ନାହାନ୍ତି । ଯାଦବ ସମାଜ ପାଇଁ ନବୀନ ପଟ୍ଟନାୟକଙ୍କର ଅନେକ ଅବଦାନ ରହିଛି । ସେଥିପାଇଁ ନୂଆପଡ଼ା ଉପନିର୍ବାଚନରେ ଯାଦବ ମହାସଭା ବିଜେଡି ପ୍ରତି ନିଜର ସମର୍ଥନକୁ ଅବ୍ୟାହତ ରଖିବ ବୋଲି କୁହାଯାଇଥିଲା। 

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷା କଳ୍ପନା ଯାଦବ, କେସିଙ୍ଗା ଏନଏସି ଅଧ୍ୟକ୍ଷ ଓ କଳାହାଣ୍ଡି ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ଭବାନୀପାଟଣା ଏନଏସିର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟ ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା, ସିନାପାଲି ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ଗୁଆଳ, ଝରିଆ ସମାଜ ସଭାପତି ପ୍ରୀତରାମ ରାଉତ, କେସିଙ୍ଗା କାଉନସିଲର ପ୍ରକାଶ ବାନ୍ଛୋର ଯୋଗଦେଇ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ମତଦାନ ପାଇଁ ଆହ୍ୱାନ ଜଣାଇଥିଲେ । ପୂର୍ବତନ ଶିକ୍ଷକ କୁଳମଣି ନିଆଲ ସଭା ସଂଚାଳନ କରିଥିଲେ ।

About The Author: Deviprasad Mohanty