ସୋରଣ ଚିଲିକା ନିକଟରୁ ମୃତ ଫିସିଙ୍ଗ କ୍ୟାଟ ଉଦ୍ଧାର

ଟାଙ୍ଗୀ : ଆଜି ସୋରଣ ଚିଲିକା କୂଳ  ନିକଟରେ ପଡିଥିବା ଏକ ମୃତ ଫିସିଙ୍ଗ କ୍ୟାଟ ଉଦ୍ଧାର ହେଇଛି। ପରେ ବଣ୍ୟପ୍ରାଣୀ ବିଭାଗ ପହଞ୍ଚି ଫିସିଙ୍ଗ କ୍ୟାଟକୁ  ଜବତ କରି ପଞ୍ଚନାମା ପାଇଁ ପଠାଇଥିବା ଜଣାପଡିଛିା। ସୂଚନାଯୋଗ୍ୟ, ଚିଲିକା କୂଳରେ ପଡିଥିବା ଏହି ମୃତ ଫିସିଙ୍ଗ କ୍ୟାଟ ସଂପର୍କରେ ମତ୍ସ୍ୟଜୀବୀ ମାନେ ସୋରଣ ବିଟକୁ ଅବଗତ କରାଇଥିଲେ।  ଖବର ପାଇ ଟାଙ୍ଗୀ ବଣ୍ୟପ୍ରାଣୀ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏହି ଫିସିଙ୍ଗ କ୍ୟାଟ ପାଣିରେ ରୁହନ୍ତି […]

ଟାଙ୍ଗୀ : ଆଜି ସୋରଣ ଚିଲିକା କୂଳ  ନିକଟରେ ପଡିଥିବା ଏକ ମୃତ ଫିସିଙ୍ଗ କ୍ୟାଟ ଉଦ୍ଧାର ହେଇଛି। ପରେ ବଣ୍ୟପ୍ରାଣୀ ବିଭାଗ ପହଞ୍ଚି ଫିସିଙ୍ଗ କ୍ୟାଟକୁ  ଜବତ କରି ପଞ୍ଚନାମା ପାଇଁ ପଠାଇଥିବା ଜଣାପଡିଛିା।

ସୂଚନାଯୋଗ୍ୟ, ଚିଲିକା କୂଳରେ ପଡିଥିବା ଏହି ମୃତ ଫିସିଙ୍ଗ କ୍ୟାଟ ସଂପର୍କରେ ମତ୍ସ୍ୟଜୀବୀ ମାନେ ସୋରଣ ବିଟକୁ ଅବଗତ କରାଇଥିଲେ।  ଖବର ପାଇ ଟାଙ୍ଗୀ ବଣ୍ୟପ୍ରାଣୀ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏହି ଫିସିଙ୍ଗ କ୍ୟାଟ ପାଣିରେ ରୁହନ୍ତି ଓ ଏହା ଦେଖିବାକୁ ଛୋଟ ବାଘ ପରି। ପଞ୍ଚନାମା ରିପୋର୍ଟ ଆସିବାପରେ ଏହାର ମୃତ୍ୟୁର କାରଣ ସଂପର୍କରେ ସ୍ପଷ୍ଟ ଜଣାପଡିବ ବୋଲି ବିଭାଗୀୟ କର୍ମଚାରିଙ୍କ ସୂତ୍ରରୁ ପ୍ରକାଶ।

About The Author: The Sakala