ଧଉଳି ଗଣଦୁଷ୍କର୍ମ ମାମଲା: ବରଗଡ଼ରୁ ଆଉ ଜଣେ ଅଭିଯୁକ୍ତ ଗିରଫ, ଜାରି ରହିଛି ପୋଲିସର ଛାନଭିନ

ଭୁବନେଶ୍ୱର ଧଉଳି ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ନାବାଳିକା ଗଣଦୁଷ୍କର୍ମ ମାମଲାରେ କମିଶନରେଟ୍ ପୋଲିସକୁ ମିଳିଛି ଆଉ ଏକ ସଫଳତା। ପୋଲିସର ସ୍ୱତନ୍ତ୍ର ଟିମ୍ ବା ସ୍ପେଶାଲ ସ୍କ୍ୱାଡ୍ ଆଜି ଏହି ମାମଲାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ସାଗର ଜେନା ଏବଂ ତାକୁ ବରଗଡ ଅଞ୍ଚଳରୁ କାବୁ କରାଯାଇଥିବା ସୂଚନା ମିଳିଛି। ଏହାକୁ ମିଶାଇ ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି।

ଗତ ଜାନୁଆରୀ ୧୦ ତାରିଖରେ ବାଙ୍କୁଆଳ ନଦୀ ପଠାରେ ଏହି ଅମାନବୀୟ କାଣ୍ଡ ଘଟିଥିଲା। ଅଭିଯୁକ୍ତମାନେ ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ମାରପିଟ୍ କରିବା ସହ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ, ଦୁର୍ବୃତ୍ତମାନେ ଏହି ଘଟଣାର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ପୂର୍ବରୁ ପୋଲିସ ଘଟଣାର ମାଷ୍ଟରମାଇଣ୍ଡ ସହ ୨ ଜଣ ଜେଲ ଫେରନ୍ତା ଅପରାଧୀଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି, ଯାହାକୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି।

About The Author: Sakala Desk