ଉଗ୍ର ରୂପ ନେଉଛି ଖରସ୍ରୋତା ଜଳ ବିବାଦ

କେନ୍ଦ୍ରାପଡା: ଖରାସ୍ରୋତା ନଦୀର ଜଳ ନଦେବା ପାଇଁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ପ୍ରତିବାଦ ଉଗ୍ର ରୂପ ନେଉଛି । ଗତ 10 ତାରିଖରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ବିକ୍ଷୋଭ ପ୍ରଦର୍ଶନ ପରେ ବିକ୍ଷୋଭ କରୁଥିବା କିଛି ନେତାଙ୍କୁ ପୋଲିସ ଉଠାଇ ନେଇଥିଲା । ତେବେ ଟାୟାର ଜାଳି ଲୋକେ ରାସ୍ତାରୋକ କରିବା ପରେ ସଂଗ୍ରାମ ସମିତିର କର୍ମକର୍ତ୍ତାଙ୍କୁ ଛାଡି ଦେଇଥିଲା ପୋଲିସ । ଏବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦିଆଯାଇଛି । […]

କେନ୍ଦ୍ରାପଡା: ଖରାସ୍ରୋତା ନଦୀର ଜଳ ନଦେବା ପାଇଁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ପ୍ରତିବାଦ ଉଗ୍ର ରୂପ ନେଉଛି । ଗତ 10 ତାରିଖରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ବିକ୍ଷୋଭ ପ୍ରଦର୍ଶନ ପରେ ବିକ୍ଷୋଭ କରୁଥିବା କିଛି ନେତାଙ୍କୁ ପୋଲିସ ଉଠାଇ ନେଇଥିଲା । ତେବେ ଟାୟାର ଜାଳି ଲୋକେ ରାସ୍ତାରୋକ କରିବା ପରେ ସଂଗ୍ରାମ ସମିତିର କର୍ମକର୍ତ୍ତାଙ୍କୁ ଛାଡି ଦେଇଥିଲା ପୋଲିସ । ଏବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦିଆଯାଇଛି । ସେପଟେ ଆଜି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ପୋଲିସ ଓ ସଂଗ୍ରାମ ସମିତି । ଘଟଣା ସ୍ଥଳରେ ଅଧିକ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସୂଚନା ମୁତାବକ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇବା ପାଇଁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କରୁଛନ୍ତି। ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜକନିକା ଜିଲା ଭାରୀଗଦା ପାଖ ଖରସ୍ରୋତା ନଦୀରୁ ଜଳ ନେବାକୁ ଯୋଜନା ହୋଇଛି।

କିନ୍ତୁ ରାଜକନିକା ବ୍ଳକର ବୁଦ୍ଧିଜୀବୀ ଓ ବରୁଣାଡ଼ିଆ-ଭାରିଗଦା ଗ୍ରାମ ପଞ୍ଚାୟତଙ୍କ ସମେତ କଂଗ୍ରେସ ଓ ବିଜେପି ଏହାକୁ ବିରୋଧ ତିବ୍ର ବିରୋଧ କରୁଛି । ଖରାସ୍ରୋତା ନଦୀର ଜଳ ନଦେବା ପାଇଁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ମଧ୍ୟ ଗଠନ କରାଯାଇଛି। ଏହି ସଙ୍ଗଠନ ରାଜ୍ୟ ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପକୁ ତୀବ୍ର ବିରୋଧ କରୁଥିବା ​‌ବେଳେ ଦୀର୍ଘଦିନ ହେବ ଆନ୍ଦୋଳନ ଜାରି ରଖିଛି। କେନ୍ଦ୍ରାପଡାରେ ଭୂତଳ ଜଳ ସଙ୍କଟରେ ଜର୍ଜରିତ ହେଉଥିବା ବେଳେ ଅନ୍ୟ ଜିଲାକୁ ଖରସ୍ରୋତାର ମଧୁର ପାଣି ଦେବାକୁ ତୀବ୍ର ବିରୋଧ କରାଯାଉଛି। ଖରସ୍ରୋତା ନଦୀ ଆନ୍ଦୋଳନକୁ ନେଇ ପ୍ରତିବାଦ ସ୍ଥଳରେ ହୋ ହଲ୍ଲା ଦେଖିବାକୁ ମିଳିଛି । ଏମିତିକି ଅନେକ ସମୟରେ ପୋଲିସ ଏବଂ ଆନ୍ଦୋଳନକାରୀ ମୁହାଁ ମୁହିଁ ଭଳି ସ୍ଥିତି ଉପୁଜିଛି ।

About The Author: The Sakala