କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି । ମଦ ନିଶାରେ ବାପାକୁ ହତ୍ୟା କଲା ପୁଅ । ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲା ନୃଶଂସ ପୁଅ । ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ପୁଅ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୁଆଖମଣରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଲେ ଗାଁର ପୂର୍ଣ୍ଣଚନ୍ଦ୍ର ମୁଣ୍ଡା ।
ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି ବାପା-ପୁଅ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ପୁଅ ଶ୍ରୀକାନ୍ତ ମୁଣ୍ଡା ମଦ ନିଶାରେ ଚୁର୍ ଥିଲା । ଫଳରେ ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ଠେଙ୍ଗାରେ ପିଟିବାକୁ ଲାଗିଥିଲେ । ଯାହା ଫଳରେ ଘଟଣାସ୍ଥଳରେ ହିଁ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣା ପରେ ଅଭିଯୁକ୍ତ ପୁଅ ଶ୍ରୀକାନ୍ତ ମୁଣ୍ଡା ତୁରୁମୁଙ୍ଗା ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତୁରୁମୁଙ୍ଗା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।