ଲାଞ୍ଚ ନେବା ବେଳେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀକୁ ମାଡିବସିଲା ଭିଜିଲାନ୍ସ

ଚମ୍ପୁଆ/ କେନ୍ଦୁଝର: ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ ଛୁଟି ଦରମା କରାଇଦେବା ପାଇଁ ଜଣେ ପଶୁ ଡାକ୍ତରଙ୍କ ଠାରୁ ୧୦ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ଅନୁଯାୟୀ, ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରୀ ୧୭ ଠାରୁ […]

ଚମ୍ପୁଆ/ କେନ୍ଦୁଝର: ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ ଛୁଟି ଦରମା କରାଇଦେବା ପାଇଁ ଜଣେ ପଶୁ ଡାକ୍ତରଙ୍କ ଠାରୁ ୧୦ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

ସୂଚନା ଅନୁଯାୟୀ, ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରୀ ୧୭ ଠାରୁ ୩୦ ପର୍ଯ୍ଯନ୍ତ ଛୁଟିର ଦରମା କରିଦେବାକୁ ୧୦ ହଜାର ଲାଞ୍ଚ ମାଗିଥିଲେ। କଥା ମୁତାବକ ଆଜି ସକାଳେ ଡ଼.ଶୁଭାଶିଷଙ୍କ ନିକଟରୁ କାର୍ଯ୍ଯାଳୟରେ ୧୦ ହଜାର ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ମାଡି ବସିଥିଲା। ଭିଜିଲାନ୍ସ ର ଟିମ ତାଙ୍କର ଚମ୍ପୁଆ ସରକାରୀ କାର୍ଯ୍ଯାଳୟ ବାସ ଭବନ ସମେତ ଯାଜପୁର ଜିଲ୍ଲାର ନିଜ ଘରେ ମଧ୍ୟ ଏକ କାଳୀନ ଚଢ଼ାଉ କରାଯାଉଛି।

About The Author: The Sakala