ବାନ୍ଧବୀଙ୍କୁ ସଂଜ୍ଞାହୀନ କରି ଦୁଷ୍କର୍ମ

ତେଲକୋଇ: ବାନ୍ଧବୀଙ୍କୁ ମାଡ଼ ମାରି ସଂଜ୍ଞାହୀନ କରିବା ପରେ ଦୁଷ୍କର୍ମ ଏବଂ ପରେ ଯୁବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର‌‌‌‌‌‌ରେ ଛାଡ଼ି ପଳାଇଲା ପୁରୁଷ ବନ୍ଧୁ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତେଲକୋଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ହୃଦାନନ୍ଦ ପାତ୍ର (୨୨) ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ବୁଧବାର ସେ ନିଜର ସ୍ବାସ୍ଥ୍ୟ ଖରାପ […]

ତେଲକୋଇ: ବାନ୍ଧବୀଙ୍କୁ ମାଡ଼ ମାରି ସଂଜ୍ଞାହୀନ କରିବା ପରେ ଦୁଷ୍କର୍ମ ଏବଂ ପରେ ଯୁବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର‌‌‌‌‌‌ରେ ଛାଡ଼ି ପଳାଇଲା ପୁରୁଷ ବନ୍ଧୁ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତେଲକୋଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ହୃଦାନନ୍ଦ ପାତ୍ର (୨୨) ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ବୁଧବାର ସେ ନିଜର ସ୍ବାସ୍ଥ୍ୟ ଖରାପ ଥିବା ବାହାନା କରି ତାଙ୍କୁ ଫୋନ୍‌ କରି ତେଲକୋଇକୁ ଡାକିଥିଲା। ପରେ ସେ ଯୁବତୀଙ୍କୁ ଏକ ଗାଡ଼ିରେ ଦେଉଳଡିହା ରାସ୍ତାର ହାତୀପୋଷ୍ଟର୍‌ ଆଡ଼କୁ ନେଇ ଯାଇଥିଲା। ସେଠାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। କିନ୍ତୁ ଯୁବତୀଜଣଙ୍କ ବାରଣ କରିବାରୁ ଏକ ବାଡ଼ିରେ ପିଟି ତାଙ୍କୁ ଲହୁଲୁହାଣ କରିଥିଲା। ପରେ ଯୁବତୀଙ୍କ ପିନ୍ଧିଥିବା ଚୁନୁରିରେ ତାଙ୍କ ବେକକୁ ଜୋରରେ ଭିଡ଼ି ଘୋଷାଡ଼ି ଘୋଷାଡ଼ି ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲା। ଯୁବତୀଜଣଙ୍କ ଚିତ୍କାର କରିବାରୁ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲା। ଯୁବତୀଜଣଙ୍କ ସଂଜ୍ଞାହୀନ ହୋଇପଡ଼ିବା ପରେ ହୃଦାନନ୍ଦ ତାଙ୍କୁ ଦୁଷ୍କର୍ମ କରିଥିଲା। କିଛି ସମୟ ପରେ ଯୁବତୀଙ୍କ ଚେତା ଫେରିବା ପରେ ସେ ପୁଣି ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା। ଭୟଭୀୟ ହୋଇ ପୀଡ଼ିତା ପାଖରେ ଥିବା ଏକ ପୋଲ ତଳକୁ ଯାଇ ଲୁଚି ଯାଇଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିବାରୁ ସେ ପୁଣିଥରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତେବେ ହୃଦାନନ୍ଦ ତାଙ୍କୁ ଖୋଜି ବାହାର କରିବା ପରେ ଏକ ସ୍କୁଟିରେ ନେଇ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇବା ପରେ ସେଠାରୁ ପଳାଇଥିଲା। ଯୁବତୀଜଣଙ୍କ ସ୍କୁଟିରୁ ପଡ଼ି ଆହତ ହୋଇଛନ୍ତି ବୋଲି ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିଥିଲା। ଗଲା ବେଳେ ସେ ଯୁବତୀଙ୍କ ପାଖରେ ଥିବା ୧୧ହଜାର ଟଙ୍କା ଓ ମୋବାଇଲ ନେଇଯାଇଥିଲା।

About The Author: The Sakala