କେନ୍ଦୁଝରରେ ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରୁଛନ୍ତି ନୀତି ଆୟୋଗର ୩ ଜଣିଆ ଟିମ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତରେ ନୀତି ଆୟୋଗର ୩ ଜଣିଆ ଟିମ ଶନିବାର ସକାଳେ କେନ୍ଦୁଝରରେ ପହଞ୍ଚିଛନ୍ତି। ନୂଆ ଦିଲ୍ଲୀରୁ ଆସି ସେମାନେ ଭୁବନେଶ୍ୱରରେ ରହିବା ପରେ ଶନିବାର ସକାଳେ ହେଲିକପ୍ଟର ଯୋଗେ ଗୋନାସିକ ହାଇସ୍କୁଲ ଗ୍ରାଉଣ୍ଡରେ ଓହ୍ଲାଇଥିଲେ। ସେଠାରେ ସେଠାକାର ଅନ୍ତେବାସୀଙ୍କ ସହିତ ସ୍ମାର୍ଟ କ୍ଳାସ ରୁମ, ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଘୁଙ୍ଗି ଅଞ୍ଚଳରେ ଥିବା କ୍ଷୁଦ୍ରଜଳସେଚନ, ଜୁଆଙ୍ଗ ଜନଜାତି ମାନଙ୍କ ସହିତ ଆଲୋଚନା କାର୍ଯ୍ଯକ୍ରମ ରହିଛି। ଏହାପରେ ଜୀବିକା ମିଶନ ଦ୍ୱାରା […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତରେ ନୀତି ଆୟୋଗର ୩ ଜଣିଆ ଟିମ ଶନିବାର ସକାଳେ କେନ୍ଦୁଝରରେ ପହଞ୍ଚିଛନ୍ତି। ନୂଆ ଦିଲ୍ଲୀରୁ ଆସି ସେମାନେ ଭୁବନେଶ୍ୱରରେ ରହିବା ପରେ ଶନିବାର ସକାଳେ ହେଲିକପ୍ଟର ଯୋଗେ ଗୋନାସିକ ହାଇସ୍କୁଲ ଗ୍ରାଉଣ୍ଡରେ ଓହ୍ଲାଇଥିଲେ। ସେଠାରେ ସେଠାକାର ଅନ୍ତେବାସୀଙ୍କ ସହିତ ସ୍ମାର୍ଟ କ୍ଳାସ ରୁମ, ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଘୁଙ୍ଗି ଅଞ୍ଚଳରେ ଥିବା କ୍ଷୁଦ୍ରଜଳସେଚନ, ଜୁଆଙ୍ଗ ଜନଜାତି ମାନଙ୍କ ସହିତ ଆଲୋଚନା କାର୍ଯ୍ଯକ୍ରମ ରହିଛି। ଏହାପରେ ଜୀବିକା ମିଶନ ଦ୍ୱାରା କାର୍ଯ୍ଯକାରୀ ପ୍ରକଳ୍ପ ପରିଦର୍ଶନ ପରେ ବିଭିନ୍ନ କାର୍ଯ୍ଯକ୍ରମ ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କାର୍ଯ୍ଯକ୍ରମ ରହିଛି। କ୍ଷେତ୍ର ପରିଦର୍ଶନ ପରେ କେନ୍ଦୁଝର ଫେରିବାର କାର୍ଯ୍ଯକ୍ରମ ରହିଛି।

ନୀତି ଆୟୋଗର ତିନି ଜଣିଆ ଟିମରେ ଆୟୋଗର ମୁଖ୍ୟ କାର୍ଯ୍ଯ ନିର୍ବାହୀ ଅଧିକାରୀ (ସିଇଓ) ପରମେଶ୍ୱର ଆୟାର, ନୀତି ଆୟୋଗର ନିର୍ଦେଶକ ଅମିତ ବର୍ମା ଏବଂ ଆୟୋଗର ବରିଷ୍ଠ ଅଧିକାରୀ ଅକ୍ଷୟ ରାଉତ, ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା, କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି ବ୍ୟାପାର ମନ୍ତ୍ରାଳୟର ସଚିବ, ଓପେଲିପିର ନିର୍ଦେଶକ, ସରକାରଙ୍କର ବରିଷ୍ଠ ଅଧିକାରୀ, କେନ୍ଦୁଝର ଜିଲ୍ଲାପାଳ ସାମିଲ ଅଛନ୍ତି। ସେମାନଙ୍କର ଗସ୍ତ ସମ୍ପର୍କରେ ଓଡ଼ିଶା ସରକାରଙ୍କ ସ୍ବରାଷ୍ଟ୍ରବିଭାଗ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ସୂଚନା ପ୍ରଦାନ କରିଥିଲା। ପ୍ରଶାନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହିତ ଗସ୍ତର ବ୍ୟବସ୍ଥା କରାଯାଇଛି। ଆୟୋଗ ଟିମ କେନ୍ଦୁଝରରୁ ମୟୁରଭଞ୍ଜର କରଞ୍ଜିଆ ଗସ୍ତ କାର୍ଯ୍ଯକ୍ରମ ରହିଥିବା ସୂଚନା ମିଳିଛି। ଆୟୋଗର ଗସ୍ତ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିବା ଜଣାପଡିଛି।

About The Author: The Sakala