କେନ୍ଦୁଝରରେ ବାରମ୍ବାର ବିଦ୍ୟୁତକାଟ ବିରୁଦ୍ଧରେ ଟାଟା ପାୱାରର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିଲେ ଲୋକେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିନା କାରଣରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ କେନ୍ଦୁଝର ପୁରୁଣା ସହର ଅଞ୍ଚଳର ଶତାଧିକ ଉପଭୋକ୍ତା ଟାଟା ପାୱାର କାର୍ଯ୍ୟଳୟକୁ ଆସି ସେଠାରେ ଥିବା ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିଛନ୍ତି। ବିଦ୍ୟୁତ କାଟ ଲୋକଙ୍କ ପାଇଁ ବଡ଼ ସମସ୍ୟା ହେଲାଣି। ଏପଟେ କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ବଳଦେବଜୀଉଙ୍କର ନବ ଦିନାତ୍ମକ ରଥଯାତ୍ରା କାର୍ଯ୍ୟକ୍ରମ ଚାଲିଛି। ରଥଯାତ୍ରା ସମୟରେ ବିଦ୍ୟୁତ କାଟକୁ ବନ୍ଦ କରିବା ପ୍ରତିଶୃତି […]

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିନା କାରଣରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ କେନ୍ଦୁଝର ପୁରୁଣା ସହର ଅଞ୍ଚଳର ଶତାଧିକ ଉପଭୋକ୍ତା ଟାଟା ପାୱାର କାର୍ଯ୍ୟଳୟକୁ ଆସି ସେଠାରେ ଥିବା ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିଛନ୍ତି। ବିଦ୍ୟୁତ କାଟ ଲୋକଙ୍କ ପାଇଁ ବଡ଼ ସମସ୍ୟା ହେଲାଣି। ଏପଟେ କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ବଳଦେବଜୀଉଙ୍କର ନବ ଦିନାତ୍ମକ ରଥଯାତ୍ରା କାର୍ଯ୍ୟକ୍ରମ ଚାଲିଛି। ରଥଯାତ୍ରା ସମୟରେ ବିଦ୍ୟୁତ କାଟକୁ ବନ୍ଦ କରିବା ପ୍ରତିଶୃତି ଦେଇଥିବା ବିଦ୍ୟୁତ ବିଭାଗ ଏଥିରେ ବିଫଳ ହୋଇଛି।

ବଡ଼ଦାଣ୍ଡ ଏବଂ ପୁରୁଣା ସହର ଅଞ୍ଚଳରେ ବିନା କାରଣରେ ଘଣ୍ଟାଘଣ୍ଟା ବିଦ୍ୟୁତ କାଟକୁ ଲୋକେ ପ୍ରତିବାଦ କରିଛନ୍ତି। ରଥଯାତ୍ରା ଅବସରରେ ଜାରି ବିଭିନ୍ନ କାର୍ଯ୍ୟକ୍ରମ ବିଦ୍ୟୁତ କାଟ ପାଇଁ ବାଧାପ୍ରାପ୍ତ ହୋଇଛି। ଗତକାଲି ରାତ୍ରିରେ ପବିତ୍ର ହେରା ପଞ୍ଚମୀ ଅବସରରେ ମଧ୍ୟ ବଡ଼ଦାଣ୍ଡ ଏବଂ ଆଖପାଖ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିଲା। ତେଣୁ ଲୋକଙ୍କ ରାଗ ଚରମ ହୋଇଥିଲା। ଏହାର ବିରୁଦ୍ଧରେ ରବିବାର ସକାଳୁ ପୁରୁଣାବଜାର ଅଞ୍ଚଳର ଶତାଧିକଲୋକ ଏହାର ପ୍ରତିବାଦରେ ଏସ ଇ ଙ୍କୁ ଘେରିଛନ୍ତି।

About The Author: The Sakala