ଟ୍ରକ ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ; ଖବରପାଇ ଗାଁରେ ଦାଦାଙ୍କ ହୃଦଘାତରେ ମୃତ୍ୟୁ

କେନ୍ଦୁଝର: ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ । ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ବାପ-ପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାରି ଗାଁରେ ଘଟିଛି ଏପରି ଏକ ଦୁ‍ଃଖଦ ଘଟଣା। ମୃତକମାନେ ହେଲେ କାଣ୍ଡେ ମୁଣ୍ଡା, ତାଙ୍କ ପୁଅ ଲକ୍ଷ୍ମଣ ମୁଣ୍ଡ ଓ ଲକ୍ଷ୍ମଣଙ୍କ ଦାଦା ସମରା ମୁଣ୍ଡା। ସମସ୍ତଙ୍କ ଘର ବାରିଗାଁରେ ବୋଲି ଜଣାଯାଇଛି। ସୂଚନା ଅନୁସାରେ, ଘଟଗାଁ […]

କେନ୍ଦୁଝର: ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆଇଚର୍ ଟ୍ରକ୍ । ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ବାପ-ପୁଅଙ୍କ ମୃତ୍ୟୁ ଖବର ଶୁଣି ହୃଦଘାତରେ ଦାଦାଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାରି ଗାଁରେ ଘଟିଛି ଏପରି ଏକ ଦୁ‍ଃଖଦ ଘଟଣା। ମୃତକମାନେ ହେଲେ କାଣ୍ଡେ ମୁଣ୍ଡା, ତାଙ୍କ ପୁଅ ଲକ୍ଷ୍ମଣ ମୁଣ୍ଡ ଓ ଲକ୍ଷ୍ମଣଙ୍କ ଦାଦା ସମରା ମୁଣ୍ଡା। ସମସ୍ତଙ୍କ ଘର ବାରିଗାଁରେ ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ଘଟଗାଁ ଥାନା ପିପିଳିଆ ଛକ ନିକଟରେ ଏକ ରଡ ବୋଝେଇ ଟ୍ରକ ଧକ୍କାରେ ଘଟଣାସ୍ଥଳରେ ବାପ ପୁଅ ମୃତ୍ୟୁବରଣ କରିଥିବା ବେଳେ ଖବର ପାଇ ଗାଁରେ ଦାଦାଙ୍କର ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ଆଜି ସକାଳ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ମୁଣ୍ଡା ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପ ପୁଅ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏହି ଖବର ଗାଁରେ ପହଞ୍ଚିବା ପରେ (ବାରିଗାଁ ରେ ) ପୁଅର ଦାଦା ସମରା ମୁଣ୍ଡା ହୃହଘାତରେ ସେଇଠାରେ ଟଳି ପଡ଼ିଥିଲେ । ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୁରଣ ଦାବିରେ NH – 20କୁ ଅବରୋଧ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

About The Author: The Sakala