କେନ୍ଦୁଝରରେ ୭୫ତମ ସ୍ୱାଧିନତା ଦିବସ ପାଳିତ: ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲ ମନ୍ତ୍ରୀ ରଘୁନନ୍ଦନ ଦାସ

କେନ୍ଦୁଝର: କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ ଜିଲ୍ଲା ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାରଙ୍କ ମାନ୍ୟବର ଜଳ ସମ୍ପଦ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତର ସ୍ବାଧୀନତା ସଂଗ୍ରାମରେ କେନ୍ଦୁଝର ଜିଲ୍ଲାର ଅଲିଭା ସ୍ଵାକ୍ଷର ରହିଛି। ବ୍ରିଟିଶ ଶାସନ ସମର୍ଥନରେ ତତ୍ କାଳୀନ ରାଜତନ୍ତ୍ର ଶାସନ ର ଶୋଷଣ ବିରୂଧରେ ଶାନ୍ତ ସରଳ, ଓ ଅତ୍ୟାଚାରିତ ଅଧିବାସୀ ଙ୍କୁ ରକ୍ଷା କରିବା […]

କେନ୍ଦୁଝର: କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ ଜିଲ୍ଲା ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାରଙ୍କ ମାନ୍ୟବର ଜଳ ସମ୍ପଦ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତର ସ୍ବାଧୀନତା ସଂଗ୍ରାମରେ କେନ୍ଦୁଝର ଜିଲ୍ଲାର ଅଲିଭା ସ୍ଵାକ୍ଷର ରହିଛି। ବ୍ରିଟିଶ ଶାସନ ସମର୍ଥନରେ ତତ୍ କାଳୀନ ରାଜତନ୍ତ୍ର ଶାସନ ର ଶୋଷଣ ବିରୂଧରେ ଶାନ୍ତ ସରଳ, ଓ ଅତ୍ୟାଚାରିତ ଅଧିବାସୀ ଙ୍କୁ ରକ୍ଷା କରିବା ପାଇଁ ଧରଣୀଧର ଭୂୟାଁ ଙ୍କର ବିପ୍ଲବ ର କାହାଣୀ ଓଡିଶା ଇତିହାସରେ ସ୍ଵର୍ଣଅକ୍ଷର ରେ ଲିପିବଦ୍ଧ ହୋଇ ରହିଛି ବୋଲି କହିଥିଲେ। ଏହି ଅବସରେ ସେ କହିଥିଲେ ଯେ ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ବରେ ବିକାଶ ଧାରା ଆଗେଇ ଚାଲିଛି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ ପ୍ରତିଷ୍ଠା, କୃଷି , ଜଳ ସମ୍ପଦ ଆଦି ପ୍ରତ୍ୟେକ କ୍ଷେତ୍ରରେ ଆମେ ଆଶାଜନକ ସଫଳତା ହାସଲ କରିଛୁ ବୋଲି ମତ ଅଭିଭାଷଣ ରଖିଥିଲେ।ଗରିବ ଲୋକମାନଙ୍କ ଉପରେ କୋଭିଡ ମହାମାରୀର ପ୍ରଭାବ କମ କରିବା ପାଇଁ ରାଜ୍ୟ ସରକାର ଛୋଟଛୋଟ ଦୋକାନୀ, ଛୋଟ ଚାଷୀ, ମିଶନ ଶକ୍ତିର ମାଆ ମାନଙ୍କୁ ଯୋଗାଇ ଦେଇଥିବା ମନ୍ତ୍ରୀ ଅବିଭାଷଣ ରେ କହିଥିଲେ।

ପରେ ପରେ ମନ୍ତ୍ରୀ ତିନିଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବ୍ୟାଟେରୀ ଚାଳିତ ହୁଇଲ ଚେୟାର ବଣ୍ଟନ କରିଥିଲେ। ଏହାପରେ ମନ୍ତ୍ରୀ ଶ୍ରୀ ଦାସ ଜନଜାତି ଶିକ୍ଷା କେନ୍ଦ୍ରକୁ ଉଦଘାଟନ କରିଥିଲେ। କେନ୍ଦୁଝର ଷ୍ଟାଡିୟମରେରେ ଜାତୀୟ ପତାକା ଉତ୍ତୋଳନ ସମୟରେ କେନ୍ଦୁଝର ଜିଲାପାଳ ଆଶୀଷ ଠାକରେ, ଏସପି ମିତ୍ରଭାନୁ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। କେନ୍ଦୁଝର ରେ ଅବସ୍ଥାପିତ ସୂଚନା ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ସଂଜୀବ ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

About The Author: The Sakala