କେନ୍ଦୁଝରରେ ଏକ ଘରୋଇ କଲେଜ ହଷ୍ଟେଲରୁ ୪ ଛାତ୍ର ନିଖୋଜ, ଥାନାରେ ଅବିଭାବକଙ୍କ ଅଭିଯୋଗ

କେନ୍ଦୁଝର: କେନ୍ଦୁଝରର କେ ଏସ ଇ ହାଇଅର ସେକଣ୍ଡାରୀ ସ୍କୁଲ ନାମକ ଏକ ଘରୋଇ କଲେଜ୍ ହଷ୍ଟେଲ୍ରୁ ୪ ଜଣ ଛାତ୍ର ନିଖୋଜ ହେବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଥିବା ସୂଚନାମିଳିଛି। ସୂଚନା ଅନୁସାରେ ଟାଉନ୍ ଥାନା ବଡ଼ହଳରେ ଥିବା ଉକ୍ତ ଘରୋଇ କଲେଜ୍ ହଷ୍ଟେଲରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ହଷ୍ଟେଲରୁ ୪ ଜଣ ଛାତ୍ର କେଉଁଆଡ଼େ ଚାଲି ଯାଇଥିବା ନେଇ ପରିବାରକୁ ଖବର ଦେଇଥିଲେ କଲେଜ କର୍ତ୍ତୃପକ୍ଷ। ଏହାପରେ, ୪ ଜଣ ଛାତ୍ରଙ୍କ ପରିବାର […]

କେନ୍ଦୁଝର: କେନ୍ଦୁଝରର କେ ଏସ ଇ ହାଇଅର ସେକଣ୍ଡାରୀ ସ୍କୁଲ ନାମକ ଏକ ଘରୋଇ କଲେଜ୍ ହଷ୍ଟେଲ୍ରୁ ୪ ଜଣ ଛାତ୍ର ନିଖୋଜ ହେବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଥିବା ସୂଚନାମିଳିଛି। ସୂଚନା ଅନୁସାରେ ଟାଉନ୍ ଥାନା ବଡ଼ହଳରେ ଥିବା ଉକ୍ତ ଘରୋଇ କଲେଜ୍ ହଷ୍ଟେଲରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ହଷ୍ଟେଲରୁ ୪ ଜଣ ଛାତ୍ର କେଉଁଆଡ଼େ ଚାଲି ଯାଇଥିବା ନେଇ ପରିବାରକୁ ଖବର ଦେଇଥିଲେ କଲେଜ କର୍ତ୍ତୃପକ୍ଷ। ଏହାପରେ, ୪ ଜଣ ଛାତ୍ରଙ୍କ ପରିବାର ଲୋକେ କଲେଜରେ ପହଞ୍ଚିଥିଲେ। ଛାତ୍ରମାନେ ହଷ୍ଟେଲରୁ ନିଖୋଜ ହେବା ସମୟରେ CCTV କାମ କରୁନଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ଟାଉନ୍ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅନ୍ୟ ପକ୍ଷରେ ଏନେଇ କଲେଜ କର୍ତ୍ତୃପକ୍ଷ ଟାଉନ ଥାନାରେ ଏକ ଏତଲା ଦେଇଥିବା ଥାନାଧିକାରୀ କହିଛନ୍ତି। ତଦନ୍ତ ପରେ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

About The Author: The Sakala