ଦିନ ଦ୍ୱିପ୍ରହରରେ ବାଇକ ଡିକି ଭାଙ୍ଗି ୪ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ପାଟଣା/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟରେ ଥିବା ତହସିଲ ସାମ୍ନାରୁ ଦିନ ଦ୍ୱିପ୍ରହରରେ ୪ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଆଜି ପୂର୍ବାହ୍ନ ସମୟରେ ଏକ କଳା ରଙ୍ଗର ପଲସରରେ ୨ ଜଣ ଦୁର୍ବୃତ୍ତ ଆସି ବାଇକ ଡିକିକୁ ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ସୂଚନା ଅନୁସାରେ, ବଡ଼ ପାଟଣା ପଞ୍ଚାୟତ ପୁଟୁଳିଆ ଗ୍ରାମର ଭକ୍ତବନ୍ଧୁ ମହାନ୍ତ ବ୍ୟାଙ୍କ ଅଫ ଇଣ୍ଡିଆ ପାଟଣା ଶାଖାରୁ ୪ […]

ପାଟଣା/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟରେ ଥିବା ତହସିଲ ସାମ୍ନାରୁ ଦିନ ଦ୍ୱିପ୍ରହରରେ ୪ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ଆଜି ପୂର୍ବାହ୍ନ ସମୟରେ ଏକ କଳା ରଙ୍ଗର ପଲସରରେ ୨ ଜଣ ଦୁର୍ବୃତ୍ତ ଆସି ବାଇକ ଡିକିକୁ ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି।

ସୂଚନା ଅନୁସାରେ, ବଡ଼ ପାଟଣା ପଞ୍ଚାୟତ ପୁଟୁଳିଆ ଗ୍ରାମର ଭକ୍ତବନ୍ଧୁ ମହାନ୍ତ ବ୍ୟାଙ୍କ ଅଫ ଇଣ୍ଡିଆ ପାଟଣା ଶାଖାରୁ ୪ ଲକ୍ଷ ଟଙ୍କା ଉଠାଇବାପରେ ପାଟଣା ତହସିଲ ସମ୍ମୁଖରେ ଗାଡି ରଖି ଜଣେ ମହିଳା ଆଇନଜୀବିଙ୍କ ନିକଟରେ ଛିଡା ହୋଇ କଥା ହେଉଥିଲେ।ଏତିକି ବେଳେ ଦୁର୍ବୃତ୍ତ ମାନେ ବାଇକରେ ଆସି ଲୁଟ କରିଥିବା ଜଣାପଡ଼ିଛି। ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଉକ୍ତ ୪ ଲକ୍ଷ ଟଙ୍କା ଜଣେ ଧାନ ବେପାରୀଙ୍କ ହୋଇଥିବା ବେଳେ ଭକ୍ତବନ୍ଧୁ ତାଙ୍କ କର୍ମଚାରୀବୋଲି ସୂଚନା ମିଳିଛି। ପୋଲିସ ବିଭିନ୍ନ ସ୍ଥାନରେ ନାକବନ୍ଦୀ କରି ଦୁର୍ବୁତ୍ତଙ୍କୁ ଧରିବାକୁ ପ୍ରୟାସ ଚଳାଇଛି।

About The Author: The Sakala