କେନ୍ଦୁଝର ବନ ବିଭାଗର ବଡ଼ ସଫଳତା : ୨ ହାତୀଦାନ୍ତ ଜବତ,୨ ଗିରଫ

କେନ୍ଦୁଝର : କେନ୍ଦୁଝର ବନ ବିଭାଗକୁ ମଙ୍ଗଳବାର ଏକ ବଡ଼ ସଫଳତା ମିଳିଛି। ହାତୀ ଦାନ୍ତ ବ୍ୟବସାୟ ବେକେ ବନ ବିଭାଗର ମିଳିତ ଟିମ ୨ ଜଣକୁ ମାଡିବସିଥିବାବେଳେ ସେମାନଙ୍କ ନିକଟରୁ ୨ଗୋଟି ବଡ଼ ହାତୀଦାନ୍ତ ଜବତ ହୋଇଛି। କେନ୍ଦୁଝର ଡ଼ିଏଫଓ ଧନରାଜ ଏଚ.ଡ଼ିଙ୍କ ସୂଚନା ମୁତାବକ କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଶୁଆକାଟି ବିଟର ଲୁଣଘର ଠାରେ ହାତୀଦାନ୍ତ ବ୍ୟବସାୟ ହେଉଥିବା ବନ ବିଭାଗକୁ ୩ ଦିନ ପୂର୍ବରୁ ଗୁଇନ୍ଦା ତଥ୍ୟ […]

କେନ୍ଦୁଝର : କେନ୍ଦୁଝର ବନ ବିଭାଗକୁ ମଙ୍ଗଳବାର ଏକ ବଡ଼ ସଫଳତା ମିଳିଛି। ହାତୀ ଦାନ୍ତ ବ୍ୟବସାୟ ବେକେ ବନ ବିଭାଗର ମିଳିତ ଟିମ ୨ ଜଣକୁ ମାଡିବସିଥିବାବେଳେ ସେମାନଙ୍କ ନିକଟରୁ ୨ଗୋଟି ବଡ଼ ହାତୀଦାନ୍ତ ଜବତ ହୋଇଛି। କେନ୍ଦୁଝର ଡ଼ିଏଫଓ ଧନରାଜ ଏଚ.ଡ଼ିଙ୍କ ସୂଚନା ମୁତାବକ କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଶୁଆକାଟି ବିଟର ଲୁଣଘର ଠାରେ ହାତୀଦାନ୍ତ ବ୍ୟବସାୟ ହେଉଥିବା ବନ ବିଭାଗକୁ ୩ ଦିନ ପୂର୍ବରୁ ଗୁଇନ୍ଦା ତଥ୍ୟ ମିଳିଥିଲା।

ତଥ୍ୟ ଆଧାରରେ ଡ଼ିଏଫଓ ଙ୍କ ନିର୍ଦେଶ କ୍ରମେ ଏସିଫ ଘନଶ୍ୟାମ ମହନ୍ତଙ୍କ ନେତୃତ୍ୱରେ ମଙ୍ଗଳବାର ଲୁଣଘର ଠାରେ ମିଳିତ ଚଢାଉ କରାଯାଇଥିଲା। ଚଢ଼ାଉରେ କେନ୍ଦୁଝର ସଦର ଥାନା ଆମ୍ବଡ଼ହରା ଗ୍ରାମର ଡାକ୍ତର ମୁଣ୍ଡା(୩୭) ଏବଂ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରୀପଶି ଥାନା ବାଣକାଟି ଗ୍ରାମର ଚିତ୍ତରଞ୍ଜନ ବୈଠା(୩୮)କୁ ବନ ବିଭାଗ ଗିରଫ କରିଛି।ସେମାନଙ୍କ ନିକଟରୁ ୭.୧୯୫ କେଜି ଓଜନର ଦୁଇଟି ହାତୀ ଦାନ୍ତ ମଧ୍ୟ ଜବତ କରାଯାଇଥିବା ଡିଏଫଓ ସୂଚନା ପ୍ରଦାନ କରିଛନ୍ତି।ଏଥି ସହିତ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜର ଓ ଆର କେଶ ନମ୍ବର ୧୩ବିଜେ/୨୦୨୧-୨୦୨୨ ରୁଜୁ କରାଯାଇଛି। ଅଭିଯୁକ୍ତ ମାନଙ୍କୁ ପଚରା ଉଚୁର ଚାଲିଛି ହାତୀଦାନ୍ତ ବ୍ୟବସାୟର ମୂଳ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା କରାଯିବ ବୋଲି ଡ଼ିଏଫଓ କହିଛନ୍ତି। ଏହି ଚାଢ଼ାଉରେ ଅନ୍ୟମାଙ୍କ ମଧ୍ୟରେ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜର ମାନସ ମୂର୍ମୁ ଙ୍କ ସମେତ ଚାମ୍ପୁଆ ରେଞ୍ଜ,ଘଟଗାଁ ରେଞ୍ଜ,ତେଲକୋଇ ରେଞ୍ଜ ସଦର ରେଞ୍ଜ ର ଅଧିକାରୀ ମାନେ ସାମିଲ ଥିଲେ।

About The Author: The Sakala