ତ୍ରିକୋଣୀୟ ପ୍ରେମକୁ ନେଇ ଛୁରାମାଡ଼: କେନେଷ୍ଟବଳଙ୍କୁ ପ୍ରେମ କରିବାରୁ ପ୍ରଥମ ପ୍ରେମିକଙ୍କ ଛୁରାମାଡ଼ରେ ଯୁବତୀ ଗୁରୁତର

କେନ୍ଦ୍ରାପଡା: ଏକ ତ୍ରିକୋଣୀୟ ପ୍ରେମକୁ ନେଇ ଯୁବତୀଙ୍କୁ ତାଙ୍କର ପ୍ରଥମ ପ୍ରେମିକ ଛୁରାମାଡ଼ କରିଛନ୍ତି । ଛୁରାମାଡ଼ରେ ଯୁବତୀ ଜଣଙ୍କ ଗୁରୁତର ହୋଇପଡିବାରୁ ଆଇନ ଫାଶରୁ ବଞ୍ଚିବାକୁ ନିଜ ଦେହରେ ଛୁରା ଭୂଷିଦେବା ଘଟଣା ଏବେ କେନ୍ଦ୍ରାପଡାରେ ଚର୍ଚ୍ଚା ଜୋର ଧରିଛି l ମହାକାଳପଡ଼ା ଥାନା ଅନ୍ତର୍ଗତ ଦେଉଳପଡା ପଞ୍ଚାୟତ ଓଳିଆ ଗାଁରେ ଶନିବାର ସନ୍ଧ୍ୟାରେ ଏହିଭଳି ଏକ ଘଟଣା ଘଟିଛି। ଗୁରୁତର ଯୁବତୀଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେବେ […]

କେନ୍ଦ୍ରାପଡା: ଏକ ତ୍ରିକୋଣୀୟ ପ୍ରେମକୁ ନେଇ ଯୁବତୀଙ୍କୁ ତାଙ୍କର ପ୍ରଥମ ପ୍ରେମିକ ଛୁରାମାଡ଼ କରିଛନ୍ତି । ଛୁରାମାଡ଼ରେ ଯୁବତୀ ଜଣଙ୍କ ଗୁରୁତର ହୋଇପଡିବାରୁ ଆଇନ ଫାଶରୁ ବଞ୍ଚିବାକୁ ନିଜ ଦେହରେ ଛୁରା ଭୂଷିଦେବା ଘଟଣା ଏବେ କେନ୍ଦ୍ରାପଡାରେ ଚର୍ଚ୍ଚା ଜୋର ଧରିଛି l ମହାକାଳପଡ଼ା ଥାନା ଅନ୍ତର୍ଗତ ଦେଉଳପଡା ପଞ୍ଚାୟତ ଓଳିଆ ଗାଁରେ ଶନିବାର ସନ୍ଧ୍ୟାରେ ଏହିଭଳି ଏକ ଘଟଣା ଘଟିଛି। ଗୁରୁତର ଯୁବତୀଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେବେ ଯୁବତୀଙ୍କୁ ଛୁରାମାଡ କରି ସାରି ସେହି ଛୁରୀରେ ନିଜ ଗଳା କାଟିବା ପାଇଁ ଉଦ୍ୟମ କରିଛି ଅଭିଯୁକ୍ତ ଦିବାକର ତ୍ରିପାଠୀ।
ମିଳିଥିବା ସୂଚନା ଅନୁଯାୟୀ,  ଯୁବତୀ ଗରଦପୁର ସ୍ଥିତ ଦିବାକରଙ୍କ ଘରେ ଦୀର୍ଘ ୧୨ ବର୍ଷ ଧରି ରହିଆସୁଥିଲେ। ଶନିବାର ଦିନ ଉକ୍ତ ଯୁବତୀ ଅଭିଯୁକ୍ତ ଦିବାକରଙ୍କ ସହ ନିଜ ଘର ଓଳିଆକୁ ଆସିଥିଲେ। ସେଠାରେ ଯୁବତୀଙ୍କୁ ଛାଡି ଦେଇ ଦିବାକର କେଉଁଆଡ଼େ ଚାଲି ଯାଇଥିଲେ। କିଛି ସମୟ ପରେ ଫେରି ଆସି ଏକ ଧାରୁଆ ଛୁରିରେ ଯୁବତୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।  ଆକ୍ରମଣରେ ଯୁବତୀଙ୍କ ଗାଲ , ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି।  ଘଟଣା ଘଟିବା ପରେ ଗାଁ ଲୋକେ ଦିବାକରଙ୍କୁ ଅଟକ ରଖିଥିବା ବେଳେ ସେହି ଛୁରୀରେ ଦିବାକର ନିଜ ବେକ କାଟିବା ବେଳେ ଅଳ୍ପକେ ବର୍ତ୍ତିଗଲା l ଖବର ପାଇ ପୋଲିସ ଅଭିଯୁକ୍ତ ଦିବାକରକୁ ନିଜ ହେପାଜତକୁ ନେଇ ଚିକିତ୍ସା ପାଇଁ ୧୦୮ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇଛି । ତେବେ ଏହି  ପିଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି।
କନେଷ୍ଟବଳଙ୍କୁ ପ୍ରେମ ମହଙ୍ଗା ପଡିଲା
ଅଭିଯୁକ୍ତ ଦିବାକର ସେହି ଯୁବତୀଙ୍କୁ ଗତ ୧୨ ବର୍ଷ ହେଲା ପ୍ରେମ କରି ନିଜ ପାଖରେ ରଖିଥିଲେ । ତାଙ୍କ ପାଇଁ ନିଜ ପତ୍ନୀ ଆଉ ପିଲାଙ୍କୁ ଘରୁ ବିଦା କରିଦେଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଯୁବତୀ ଜଣଙ୍କୁ ସ୍ୱାବଲମ୍ବୀ କରିବାକୁ ବଜାଜ ଫାଇନାନ୍ସ କମ୍ପାନୀରୁ ସୁଧରେ ଦିବାକର ପ୍ରାୟ ୩ ଲକ୍ଷ ଟଙ୍କା ଋଣ ଆଣିଥିଲେ। ସେହି ଟଙ୍କାରେ ଦିବାକର ଯୁବତୀଙ୍କୁ ଏକ ଟେଲର ଦୋକାନ ସହ ଷ୍ଟେସନାରୀ ଦୋକାନ ଗରଦପୁର ସ୍ଥିତ ତାଙ୍କ ଘର ନିକଟରେ କରାଇ ଦେଇଥିଲେ। ଯୁବତୀଙ୍କ ପାଇଁ ଋଣ ଆଣିଥିବା ଟଙ୍କାକୁ ପ୍ରତ୍ୟେକ ମାସରେ ମୂଳ ଆଉ ସୁଧ ଟଙ୍କା ଦିବାକର ସୁଜୁଥିଲେ। ଦିବାକରଙ୍କୁ ଟଙ୍କା ଅଭାବ ପଡିବାରୁ ସେହି ଅଞ୍ଚଳରେ ଏକ ବ୍ରିଜ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିରେ ସୁପରଭାଇଜର ଚାକିରୀ ଆରମ୍ଭ କରିଥିଲେ। ଦିବାକରଙ୍କ ରାତିରେ ଡ୍ୟୁଟି ରହୁଥିଲା l ଏହି ସମୟରେ ଯୁବତୀ ଜଣଙ୍କ ଜଣେ ପୋଲିସ କନେଷ୍ଟବଳଙ୍କ ସହ ପ୍ରେମ ସମ୍ପର୍କ ବଢାଇଥିଲେ। ଏହା ଜାଣିବା ପରେ ଦିବାକର ଯୁବତୀଙ୍କୁ ଗୋଡେ ଗୋଡେ ଜଗିବା ଆରମ୍ଭ କଲେ। ଗତ କିଛିଦିନ ତଳେ ଯୁବତୀ ଜଣଙ୍କ କନେଷ୍ଟବଳ ସହ କଥାବାର୍ତ୍ତା ହେଉଥିବା ଦେଖି ଦିବାକର ଉତକ୍ଷିପ୍ତ ହୋଇଯାଇଥିଲେ। ଏହା ଦେଖି ଦିବାକର ଜୋରରେ ପାଟି କରିଥିଲେ। ଘଟଣାସ୍ଥଳରୁ  କନେଷ୍ଟବଳ ଜଣଙ୍କ ଦୌଡ଼ି ପଳାଇଥିଲେ। ଦିବାକର ରାଗିଯାଇ ଯୁବତୀଙ୍କ ପେଟରେ ଟେଲର ମେସିନରେ ବ୍ୟବହୃତ କଇଁଚିକୁ  ପୁରାଇ ଦେଇଥିଲେ। ଯୁବତୀଙ୍କୁ ରକ୍ତାତ ଅବସ୍ଥାରେ ମେଡିକାଲ ନେଇ ଚିକିତ୍ସା କରାଇଥିଲେ। ଆଉ ଯୁବତୀଙ୍କୁ ଏମିତି ନକରିବାକୁ ବାରଣ କରିଥିଲେ। ହେଲେ ଦିବାକର କାମକୁ ଗଲା ପରେ ଯୁବତୀ ଜଣଙ୍କ ମୋବାଇଲରେ କନେଷ୍ଟବଳଙ୍କ ସହ କଥା ହେଉଥିବା ଜାଣିବାକୁ ପାଇଲେ। ଏନେଇ ଫୁଣି ଥରେ ପାଟିତୁଣ୍ଡ କରିବା ସହ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇଥିଲେ। ସ୍ଥାନୀୟ ଲୋକେ ଦିବାକରଙ୍କୁ ବୁଝାଶୁଝା କରିଥିଲେ। ଏହାପରେ ଗତ ଶନିବାର ଯୁବତୀ ଜଣଙ୍କ ନିଜ ଘର ମହାକାଳପଡ଼ା ଯିବାକୁ କହିଥିଲେ। ଦିବାକର ତାଙ୍କୁ ମହାକାଳପଡ଼ା ସ୍ଥିତ ଘରକୁ ନେଇଯାଇଥିବା ପରେ ଏହିଭଳି ଘଟଣା ଘଟିଥିଲା। ତେବେ ଏତିକି ନୁହେଁ ଦିବାକରଙ୍କ ସମ୍ପତ୍ତିକୁ ଯୁବତୀ ଜଣଙ୍କ ବିକ୍ରି କରିବାକୁ କହି ସ୍ଥାନୀୟ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

About The Author: The Sakala