ଶୌଚ ହୋଇ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡା: ଶୌଚ ହେଇ ଫେରୁଥିବା ଜଣେ ମହିଳାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ ଥାନା ଅଧିନ ମାଟିଆ ଅଞ୍ଚଳର ଜଣେ ମହିଳାଙ୍କ ଘରକୁ ପଡୋଶୀ ହେମନ୍ତ ମଲ୍ଲିକ ପଡୋଶୀ ମତେ ବାରମ୍ବାର ଆସନ୍ତି। ମହିଳାଙ୍କ ସ୍ୱାମୀ ନ ଥିବାବେଳେ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ହେଲେ ମହିଳା ଜଣଙ୍କ ମନା କରିଦେବାରୁ ଅଭିଯୁକ୍ତ ରାଗରେ ତାଙ୍କୁ ସବୁଦିନ ଅନୁକରଣ କରୁଥିଲେ। ଗତ ୨୦ ତାରିଖ ସନ୍ଧ୍ୟା ସମୟରେ […]

କେନ୍ଦ୍ରାପଡା: ଶୌଚ ହେଇ ଫେରୁଥିବା ଜଣେ ମହିଳାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ସୂଚନା ମୁତାବକ, ପଟ୍ଟାମୁଣ୍ଡାଇ ଥାନା ଅଧିନ ମାଟିଆ ଅଞ୍ଚଳର ଜଣେ ମହିଳାଙ୍କ ଘରକୁ ପଡୋଶୀ ହେମନ୍ତ ମଲ୍ଲିକ ପଡୋଶୀ ମତେ ବାରମ୍ବାର ଆସନ୍ତି। ମହିଳାଙ୍କ ସ୍ୱାମୀ ନ ଥିବାବେଳେ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ହେଲେ ମହିଳା ଜଣଙ୍କ ମନା କରିଦେବାରୁ ଅଭିଯୁକ୍ତ ରାଗରେ ତାଙ୍କୁ ସବୁଦିନ ଅନୁକରଣ କରୁଥିଲେ। ଗତ ୨୦ ତାରିଖ ସନ୍ଧ୍ୟା ସମୟରେ ମହିଳା ଜଣଙ୍କ ଶୌଚ ଯାଇ ଘରକୁ ଫେରୁଥିବାବେଳେ ଅଭିଯୁକ୍ତ ତାଙ୍କୁ ରାସ୍ତାରେ eଏକୁଟିଆ ପାଇ ଜୋରଜବରଦସ୍ତ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି। ଏନେଇ ମହିଳା ଜଣକ ଜୋରରେ ପାଟି କରିବାରୁ ତାଙ୍କ ସ୍ୱାମୀ ଘଟଣା ସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ଦୁଷ୍କର୍ମ ମାମଲା ୪୪୫/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

About The Author: The Sakala