ଭିତରକନିକାରେ ହରିଣ ଶିକାର: ୩୦ କେଜି ମାଂସ ଜବତ, ୨ଶିକାରୀ ଗିରଫ

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ରାଜନଗର ରେଞ୍ଜ ଅନ୍ତର୍ଗତ ସୁନେଇ ରୂପେଇ ଫରେଷ୍ଟ ବ୍ଲକର ହରି ସାହୁ ଓରା ନିକଟରେ ୨ଜଣ ଶିକାରୀ ଫାଶ ମାଧ୍ୟମରେ ଏକ ଅଣ୍ଡିରା ହରିଣ ଶିକାର କରିଥିଲେ । ହରିଣ ଶିକାର କରିବା ପରେ ଜଙ୍ଗଲ ଭିତରେ ପଲିଥିନ ପାଲ ପକାଇ ହରିଣକୁ କାଟିଥିଲେ । ହରିଣର ମୁଣ୍ଡ ପାଖରୁ ଚମଡାକୁ ଛାଲି ଦେବା ପରେ ଦୁଇ ଗୋଡକୁ କାଟି ତାହାକୁ ମାଂସ ବନାଇଥିଲେ । ଅନ୍ୟ ଅଂଶକୁ କାଟିବା ପୂର୍ବରୁ […]

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ରାଜନଗର ରେଞ୍ଜ ଅନ୍ତର୍ଗତ ସୁନେଇ ରୂପେଇ ଫରେଷ୍ଟ ବ୍ଲକର ହରି ସାହୁ ଓରା ନିକଟରେ ୨ଜଣ ଶିକାରୀ ଫାଶ ମାଧ୍ୟମରେ ଏକ ଅଣ୍ଡିରା ହରିଣ ଶିକାର କରିଥିଲେ । ହରିଣ ଶିକାର କରିବା ପରେ ଜଙ୍ଗଲ ଭିତରେ ପଲିଥିନ ପାଲ ପକାଇ ହରିଣକୁ କାଟିଥିଲେ । ହରିଣର ମୁଣ୍ଡ ପାଖରୁ ଚମଡାକୁ ଛାଲି ଦେବା ପରେ ଦୁଇ ଗୋଡକୁ କାଟି ତାହାକୁ ମାଂସ ବନାଇଥିଲେ । ଅନ୍ୟ ଅଂଶକୁ କାଟିବା ପୂର୍ବରୁ ବନବିଭାଗ ଟିମ ସେଠାରେ ପହଞ୍ଚି ୨ଶିକାରୀଙ୍କୁ କାବୁ କରି ନେଇଥିଲା । ଗିରଫ ୨ ଶିକାରୀ ହେଲେ ବଗପାଟିଆ ଗାଁର କୃଷ୍ଣଚନ୍ଦ୍ର ପରିଡା (୩୨ ବର୍ଷ) ଓ ଶଶାଙ୍କ ଶେଖର ମାଇତି (୩୫ ବର୍ଷ)।

ସେମାନଙ୍କ ଠାରୁ ମୁଣ୍ଡ ଲାଗିଥିବା ହରିଣ ମାଂସ ସହିତ କଟା ମାଂସ ଜବତ ହୋଇଛି । ମାଂସର ଓଜନ ୩୦ କେଜି ହେବ । ସେମାନଙ୍କ ଠାରୁ ଗୋଟିଏ କଟୁରୀ, ୨ଟି ଛୁରୀ, ୨ଟି ଫାଶ, ୪ଟି ଅଖା ବ୍ୟାଗ ଓ ଗୋଟିଏ ପଲିଥିନ ପାଲ ଜବତ କରାଯାଇଛି । ରାଜନଗର ରେଞ୍ଜ ଅଫିସର ଧନେଶ୍ୱର ରଥ ଶିକାର ସଂପର୍କରେ ଖବରପାଇ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗୁପ୍ତି ଫରେଷ୍ଟର ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ସବିତା ବେହେରା, ରଂଜିତ ରାଉତ, ବନକର୍ମଚାରୀ ହିମାଂଶୁ ରାଉତ, ଦିନବନ୍ଧୁ ଦାସ, ଦୈତାରୀ ମଲ୍ଲିକ, ବଂଶୀଧର ରାଉତ, ମନୋରଂଜନ ନାୟକ ପ୍ରମୁଖ ଜଙ୍ଗଲ ଭିତରେ ପହଁଚି ଶିକାରୀଙ୍କୁ ଗିରଫ କରିବା ସହିତ ମାଂସ ଓ ଶିଙ୍ଖ ଲାଗିଥିବା ମୁଣ୍ଡ ଜବତ କରିଛନ୍ତି ।

About The Author: The Sakala