ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କାର ବିଶେଷ ଅନୁଦାନ ମଞ୍ଜୁର

କେନ୍ଦ୍ରାପଡ଼ା: ଚଳିତ ବର୍ଷ କେନ୍ଦ୍ରାପଡ଼ାର ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ବିଶେଷ ଅନୁଦାନ ମଞ୍ଜୁର କରିଛନ୍ତି। ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକର ଅବସ୍ଥା ଠିକ୍ ନ ଥିବାରୁ ରଥ ଚାଳନାରେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା। ଏହାର ପରିଣାମସ୍ୱରୂପ ରଥ ମାଉସୀମାଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁନଥିଲା ଏବଂ ପ୍ରାୟତଃ ଏକ କିମ୍ବା ଦୁଇ ଦିନ ବିଳମ୍ବରେ ଚକଡ଼ା ଲାଗୁଥିଲା। ବାହୁଡା଼ ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା। ରଥ ପରିଚାଳନାରେ ଉପରୋକ୍ତ ବିଭ୍ରାଟ ଭକ୍ତମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଥିଲା। ଏହି ସମସ୍ତ ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ଏବଂ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର  କରିଛନ୍ତି।

About The Author: Madhusudan Das