କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ଡ଼ବେରିର ଏସ ଆର ପେଟ୍ରୋଲ ଟାଙ୍କି ନିକଟରେ ଏକ କାର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ମୃତକ ଜଣକ ହେଲେ ବାଳକୃଷ୍ଣ ମଳିକ ଓ ଯୁଗାନ୍ତ ପ୍ରଧାନ । ଗୁରୁତର ଜଣକ ହେଲେ ମନୀଲ ପ୍ରଧାନ । ପ୍ରତ୍ୟେକ ପ୍ଲିହେରି ଗ୍ରାମର ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଏକ ଇର୍ଟିଗା କାର ଡବେରି ଯାଉଥିବା ସମୟରେ ଏକ ବାଇକ୍ ରେ ଯୁଗାନ୍ତ, ବାଳକୃଷ୍ଣ ଓ ମନିଲ ସେହି ରାସ୍ତାରେ ଦାରିଙ୍ଗବାଡ଼ି ଆସୁଥିଲେ । ପେଟ୍ରୋଲ ପମ୍ପ ନିକଟରେ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ ରୁ ତିନି ଜଣ ଛିଟିକି ପଡି ଗୁରୁତର ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ୩ ଜଣଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ଅବସ୍ଥାରେ ଯୁଗାନ୍ତ ଓ ବାଳକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା ।