ପୁଣି ୨ ନାବାଳିକା ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ପ୍ରଧାନ ଶିକ୍ଷୟତ୍ରୀ…

ବାଲିଗୁଡ଼ା: ପୁଣି ୨ ନାବାଳିକା ଛାତ୍ରୀ ଗର୍ଭବତୀ। ଆଶ୍ରମ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଗର୍ଭବତୀ। କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ମାସିକ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ ଜାଣିବାକୁ ପାଇଥିଲେ। ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ଡାକ୍ତରୀ ପରୀକ୍ଷା କରାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ପରିବାର ଲୋକଙ୍କ ଉପସ୍ଥିତିରେ ଡାକ୍ତରୀ ପରୀକ୍ଷାପରେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ବିଦ୍ୟାଳୟର […]

ବାଲିଗୁଡ଼ା: ପୁଣି ୨ ନାବାଳିକା ଛାତ୍ରୀ ଗର୍ଭବତୀ। ଆଶ୍ରମ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଗର୍ଭବତୀ। କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଦୁଇଜଣ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ମାସିକ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ ଜାଣିବାକୁ ପାଇଥିଲେ। ଛାତ୍ରୀଙ୍କ ପରିବାର ଲୋକଙ୍କୁ ଡକାଇ ଡାକ୍ତରୀ ପରୀକ୍ଷା କରାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ପରିବାର ଲୋକଙ୍କ ଉପସ୍ଥିତିରେ ଡାକ୍ତରୀ ପରୀକ୍ଷାପରେ ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

About The Author: The Sakala