ସହିଦ ରେଣ୍ଡୋ ମାଝିଙ୍କ ନାମରେ ନାମିତ ହେଲା ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମେଡିକାଲ କଲେଜ ଓ ହସ୍ପିଟାଲ ସହିଦ ରେଣ୍ଡୋ ମାଝିଙ୍କ ନାମରେ ନାମିତ କରାଯାଇଛି। କଳାହାଣ୍ଡି ଜିଲ୍ଲାର ମହାନ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କୁ ସମ୍ମାନରେ ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲଲର ନାମକରଣ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ। ଚଳିତ ଶିକ୍ଷାବର୍ଷରୁ ୧୦୦ସିଟ୍ ପାଇଁ […]

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମେଡିକାଲ କଲେଜ ଓ ହସ୍ପିଟାଲ ସହିଦ ରେଣ୍ଡୋ ମାଝିଙ୍କ ନାମରେ ନାମିତ କରାଯାଇଛି। କଳାହାଣ୍ଡି ଜିଲ୍ଲାର ମହାନ ସ୍ବାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କୁ ସମ୍ମାନରେ ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲଲର ନାମକରଣ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ। ଚଳିତ ଶିକ୍ଷାବର୍ଷରୁ ୧୦୦ସିଟ୍ ପାଇଁ ହେବ ନାମଲେଖା । ନାମଲେଖା ପାଇଁ NMC ଠାରୁ ଅନୁମତି ମିଳି ସାରିଛି। ରାଜ୍ୟ ସରକାର ରାଜ୍ୟରେ ଏମବିବିଏସ ପାଠ୍ୟକ୍ରମରେ ଶିକ୍ଷାଦାନ ପାଇଁ ୧୦ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ଏହି କ୍ରମରେ ଆଉ ଏକ ମେଡିକାଲ କଲେଜ ଓ ହସ୍ପିଟାଲ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଚଳିତ ବର୍ଷଠାରୁ କାର୍ଯ୍ୟକ୍ଷମ ହେବ। ଏହା ଫଳରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକର ସଂଖ୍ୟା ୧୧ରେ ପହଞ୍ଚିବ।

ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି । ସହିଦ ରେଣ୍ଡୋ ମାଝୀ ଜଣେ ମହାନ ଆଦିବାସୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସ୍ଵାଧୀନତା ସଂଗ୍ରାମ ସମୟରେ ଲୋକଙ୍କ ପାଇଁ ସଂଗ୍ରାମ କରି ସେ ବହୁତ ଦୁଃଖ ଓ ଯନ୍ତ୍ରଣା ଭୋଗିଥିଲେ ଓ ଏଥିପାଇଁ ନିଜ ପ୍ରାଣର ବଳିଦାନ ଦେଇଥିଲେ।

 

About The Author: The Sakala