ଝାରସୁଗୁଡ଼ା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଝାରସୁଗୁଡ଼ା ବେଳପାହାଡ଼ ନିକଟରେ ସ୍କୁଲ ବସ୍ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥ -୪୯ ଝାରସୁଗୁଡା- ବେଲପାହାଡ ରାସ୍ତା ତାରିଣୀ ମନ୍ଦିର ନିକଟରେ ଘଟିଛି ଦୁର୍ଘଟଣା। DAV ସ୍କୁଲ ଝାରସୁଗୁଡାର ଏକ ବସ ବନ୍ଧବାହାଲରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣାଟି ଘଟିଛି । ବସରେ ୨୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ଆହତ ସମସ୍ତଙ୍କୁ ବେଳପାହାଡ଼ର ଏକ ଘରୋଇ ହସ୍ପିଟାଲ ଏବଂ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଇ ଦେଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ବସ୍ ଓ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ବସ୍ ଓ ଟ୍ରକର ସମ୍ମୁଖ ଅଂଶଟି ଭାଙ୍ଗି ନଷ୍ଟ ହୋଇଯାଇଛି।