ଭିଜିଲାନ୍ସ ଜାଲରେ ଫରେଷ୍ଟ ଗାର୍ଡ ଓ ଜଗୁଆଳି, ଗଛ କାଟିବାକୁ ଅନୁମତି ଦେବା ଲାଗି ନେଉଥିଲେ ଲାଞ୍ଚ

ଝାରସୁଗୁଡ଼ା: ଲାଞ୍ଚ ନେଲା ବେଲେ ଭିଜିଲାନ୍ସ ହାତରେ ଧରା ପଡିଲେ ବନ୍ଧବାହାଲ ବନଖଣ୍ଡର ମହିଳା ଫରେଷ୍ଟ ଗାର୍ଡ ଓ ଜଗୁଆଳି।୧୫ ହଜାର ଲାଞ୍ଚ ନେଲା ବେଲେ ମାଡି ବସିଲା ଭିଜିଲାନ୍ସ। ଧରାପଡିଥିବା ମହିଳା ଫରେଷ୍ଟ ଗାର୍ଡ ଜଣକ ନାଁ ଝରଣା ସାହୁ ଏବଂ ଜଗୁଆଳି ସଞ୍ଜୟ ବାରିକ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ଦଳଗାଁ ଗ୍ରାମପଞ୍ଚାୟତ ସୋଲପାଲି ଗାଁର ଅରବିନ୍ଦ ସେଟଙ୍କ ଠାରୁ ଗଛ କାଟିବା ପାଇଁ ଅନୁମତି ଦେବାକୁ ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି ଫରେଷ୍ଟ […]

ଝାରସୁଗୁଡ଼ା: ଲାଞ୍ଚ ନେଲା ବେଲେ ଭିଜିଲାନ୍ସ ହାତରେ ଧରା ପଡିଲେ ବନ୍ଧବାହାଲ ବନଖଣ୍ଡର ମହିଳା ଫରେଷ୍ଟ ଗାର୍ଡ ଓ ଜଗୁଆଳି।୧୫ ହଜାର ଲାଞ୍ଚ ନେଲା ବେଲେ ମାଡି ବସିଲା ଭିଜିଲାନ୍ସ। ଧରାପଡିଥିବା ମହିଳା ଫରେଷ୍ଟ ଗାର୍ଡ ଜଣକ ନାଁ ଝରଣା ସାହୁ ଏବଂ ଜଗୁଆଳି ସଞ୍ଜୟ ବାରିକ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ, ଦଳଗାଁ ଗ୍ରାମପଞ୍ଚାୟତ ସୋଲପାଲି ଗାଁର ଅରବିନ୍ଦ ସେଟଙ୍କ ଠାରୁ ଗଛ କାଟିବା ପାଇଁ ଅନୁମତି ଦେବାକୁ ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି ଫରେଷ୍ଟ ଗାର୍ଡ ଝରଣା ସାହୁ ଏବଂ ଜଗୁଆଳି ସଞ୍ଜୟ ବାରିକ। ଏନେଇ ରାଉରକେଲା ଭିଜିଲାନ୍ସ ଅଫିସ ଠାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ କରୁଛନ୍ତି ରାଉରକେଲା ଭିଜିଲାନ୍ସ ଟିମ୍।

About The Author: The Sakala