ସଫେଇ ଅଭିଯାନରେ ସାମିଲ ହେଲା ଜଟାୟୁ ମେସିନ, ସ୍ବଳ୍ପ ସମୟ ମଧ୍ୟରେ ଉଠିବ ଅଳିଆ

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମର ସଫେଇ ଅଭିଯାନରେ ଜଟାୟୁ ମେସିନ ସାମିଲ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟୁଷ ଓ ଜାଗୃତି ଭଳି ଏଜେନ୍ସି ଜରିଆରେ ଦୁଇଟି ମେସିନ ଚନ୍ଦ୍ରଶେଖରପୁର ଓ ସ୍ମାର୍ଟ ଜନପଥରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାକୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉଦଘାଟନ କରିଛନ୍ତି। ଆଗକୁ ଆହୁରି ଅଧିକ ଜଟାୟୁ ମେସିନକୁ ଭୁବନେଶ୍ୱରର ସଫେଇ ଅଭିଯାନରେ ସାମିଲ କରିବାକୁ ଲକ୍ଷ୍ୟ ରଖିଚି ବିଏମସି। ଗୋଟିଏ ମେସିନର ମୂଲ୍ୟ ୪୦ଲକ୍ଷ ଟଙ୍କା ଥିବାବେଳେ ଏହାଦ୍ୱାରା ସ୍ୱଳ୍ପ […]

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମର ସଫେଇ ଅଭିଯାନରେ ଜଟାୟୁ ମେସିନ ସାମିଲ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟୁଷ ଓ ଜାଗୃତି ଭଳି ଏଜେନ୍ସି ଜରିଆରେ ଦୁଇଟି ମେସିନ ଚନ୍ଦ୍ରଶେଖରପୁର ଓ ସ୍ମାର୍ଟ ଜନପଥରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାକୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଉଦଘାଟନ କରିଛନ୍ତି। ଆଗକୁ ଆହୁରି ଅଧିକ ଜଟାୟୁ ମେସିନକୁ ଭୁବନେଶ୍ୱରର ସଫେଇ ଅଭିଯାନରେ ସାମିଲ କରିବାକୁ ଲକ୍ଷ୍ୟ ରଖିଚି ବିଏମସି। ଗୋଟିଏ ମେସିନର ମୂଲ୍ୟ ୪୦ଲକ୍ଷ ଟଙ୍କା ଥିବାବେଳେ ଏହାଦ୍ୱାରା ସ୍ୱଳ୍ପ ସମୟ ମଧ୍ୟରେ ଅଳିଆ ଉଠାଯାଇ ପାରିବ। ଯାହାର ଆଜି ଡେମୋ କରାଯାଇଥିଲା। ଏହି ଅବସରରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ମୟୁର ସୂର୍ଯ୍ୟବଂଶୀ, ଡେପୁଟି କମିଶନର ଶୁଭେନ୍ଦୁ ସାହୁଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ।

About The Author: The Sakala