ହାର ମାନିଛି ବୟସ: ଚର୍ଚ୍ଚାରେ ୯୦ ବର୍ଷୀୟ ଜେଜେମାଆଙ୍କ ରୋଷେଇ….

ଯାଜପୁର, (ସନ୍ଦୀପ୍ତ ରାୟ): ଶିଖିବା କିମ୍ବା ଶିଖାଇବାର କିଛି ବୟସ ନ ଥାଏ। ଏହାର ଏକ ବଡ଼ ଉଦାହରଣ ହେଲେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଦେଉଳକଣ ଗାଁର କୋକଳି ନାୟକ। ବୟସ ୯୦ ପହଞ୍ଚିଲାଣି, ହେଲେ ହାତର ଯାଦୁ କିନ୍ତୁ ଚମତ୍କାର। ଏ ବୟସରେ ବି ସେ ଭଳି କି ଭଳି ରୋଷେଇ କରୁଛନ୍ତି। ୟୁଟ୍ୟୁବରେ ଏକଦମ ଛାଇଗଲେଣି ଜେଜେମାଆ ଆମର। ୟୁଟ୍ୟୁବରେ ଜେଜେମାଆଙ୍କ ଭିଡିଓ ଦେଖି ଆଖପାଖ ଝିଅ ବୋହୂ ବି ପହଞ୍ଚି ରୋଷେଇ […]

ଯାଜପୁର, (ସନ୍ଦୀପ୍ତ ରାୟ): ଶିଖିବା କିମ୍ବା ଶିଖାଇବାର କିଛି ବୟସ ନ ଥାଏ। ଏହାର ଏକ ବଡ଼ ଉଦାହରଣ ହେଲେ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଦେଉଳକଣ ଗାଁର କୋକଳି ନାୟକ। ବୟସ ୯୦ ପହଞ୍ଚିଲାଣି, ହେଲେ ହାତର ଯାଦୁ କିନ୍ତୁ ଚମତ୍କାର। ଏ ବୟସରେ ବି ସେ ଭଳି କି ଭଳି ରୋଷେଇ କରୁଛନ୍ତି। ୟୁଟ୍ୟୁବରେ ଏକଦମ ଛାଇଗଲେଣି ଜେଜେମାଆ ଆମର। ୟୁଟ୍ୟୁବରେ ଜେଜେମାଆଙ୍କ ଭିଡିଓ ଦେଖି ଆଖପାଖ ଝିଅ ବୋହୂ ବି ପହଞ୍ଚି ରୋଷେଇ ଶିଖିବାକୁ ଅଳି କରୁଛନ୍ତି। ଜେଜେମା ହାଣ୍ଡିଶାଳ ଚ୍ୟାନେଲରେ ଦେଶ ବିଦେଶର ହଜାର ହଜାର ସବସ୍କ୍ରାଇବର ଯୋଡ଼ିହୋଇଛନ୍ତି। ଏସବୁ ୟୁ ଟ୍ୟୁବରେ କୋକିଳଙ୍କ ଭିଡିଓ ଏଡିଟିଂ ଓ ଅପ୍‌‌ଲୋଡ୍‌‌ କରନ୍ତି ତାଙ୍କ ଅଣନାତୁଣୀ ଲୋନା ନାୟକ। ଶିଳବଟା ମସଲାରେ ପ୍ରସ୍ତୁତ ଖାଦ୍ୟ; ଓହୋଃ ସତରେ ଚମତ୍କାର। ଦେଖିଲେ ବି ପେଟ ପୂରିଯିବ। ତାଙ୍କର ଏହି ଚେଷ୍ଟା ରାଜ୍ୟ, ଦେଶ ଓ ବିଦେଶରେ ଖୁବ୍‌‌ ଆଦୃତ ହେବାରେ ଲାଗିଛି। ଖାଲି ଏତିକି ନୁହେଁ ପୁରୁଣା ଦିନରେ ପରସାଯାଉଥିବା ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କିତ ଭିଡିଓ ତିଆରି କରି ଏହି ଚ୍ୟାନେଲରେ ଅପଲୋଡ ହେଉଛି।

ଜେଜେ ମାଆ ଓ ତାଙ୍କ ଅଣନାତୁଣୀ ୨୦୨୧ ସେପ୍ଟେମ୍ବରରେ ଖୋଲିଥିବା ଏହି ଚ୍ୟାନେଲର ଗୋଟେ ଗୋଟେ ଭିଡିଓକୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଭିୟୁ ମିଳିଲାଣି। ଫଳରେ ସେ ଏହି ଚ୍ୟାନେଲରୁ ବାର୍ଷିକ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହା ବିଶେଷକରି ପ୍ରବାସୀ ଓଡ଼ିଆ ଗୃହିଣୀଙ୍କ ବେଶୀ ପସନ୍ଦର ଚ୍ୟାନେଲ ହୋଇପାରିଛି। ବଜାରରେ ମିଳୁଥିବା ଗୁପ୍‌‌ଚୁପ୍‌‌, ତେଲଛଣା ଜିନିଷ, ଚାଟ ମସଲା, ବ୍ରେଡ୍‌‌ ଚପ୍‌‌, ପେଟିସ୍‌‌ ଇତ୍ୟାଦି ଥଣ୍ଡା ପାନୀୟଠାରୁ ଦୂରେଇବା ପାଇଁ ଆମ ପୁରୁଣା ଦିନର ଦେଶୀ ଓଡ଼ିଆ ଖାଦ୍ୟ ଛତୁ ବେସର, ହବିଷ ଡାଲମା, ବିଭିନ୍ନ ପ୍ରକାରର ଶାଗଭଜା, ବଡ଼ିଚୁରା, ଚୁନା ମାଛ ଭଜା, ମାଛ ବେସର, ପଣସ କଠା, ପତ୍ର ପୋଡ଼ା ମାଛ, କଦଳୀ ଭଜା, ସାଲାଡ, ଆଳୁ ଭର୍ତା, କଲରା ମସଲା, ଅଣ୍ଡା ମସଲା, ଏଣ୍ଡୁରି ପିଠା, ଚକୁଳି ଇତ୍ୟାଦିର ବ୍ୟଞ୍ଜନ କରି ଚ୍ୟାନେଲରେ ଛାଡ଼ିଥା’ନ୍ତି। ଗୋଟେ ପଟେ ଜେଜେମା ରୋଷେଇ କରିଥିବା ଦେଶୀ ଖାଦ୍ୟ ସପରିବାର ଖାଇ ମଜ୍ଜା ନେଉଥିବାବେଳେ ଚ୍ୟାନେଲ ଏହି ଖାଦ୍ୟର ଭିଡିଓ ଦେଖିବାକୁ ଲୋକମାନେ ଅନାଇ ବସିଥା’ନ୍ତି। ଜେଜେମା ମଧ୍ୟ ନିଜ ୟୁ ଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ, ଲାଇକ କରିବାକୁ ଅନୁରୋଧ କରିଥା’ନ୍ତି। କୋକିଳଙ୍କ ଏଭଳି ନିଆରା ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

About The Author: The Sakala