ୟୁରୋପୀୟ ସଂଘର ଚାଞ୍ଚଲ୍ୟକର ବୟାନ: ୪୦୦ଟି ଭାରତୀୟ ଖାଦ୍ୟ ସାମଗ୍ରୀରେ କୀଟନାଶକ ଓ କବକ

ନୂଆଦିଲ୍ଲୀ:  ଆଜିର ଦିନରେ ସୁସ୍ଥ ଜୀବନ ଶୈଳୀ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ହେଲେ ଆମେ ଖାଉଥିବା ଖାଦ୍ୟ ସାମଗ୍ରୀରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ରହିଥିବା ଖବର ବେଶ ଚିନ୍ତାଜନକ। ଏକ ରିପୋର୍ଟ ଅନୁଯାୟୀ, ଗତ ୫ ବର୍ଷ (୨୦୧୯-୨୦୨୪) ମଧ୍ୟରେ ଭାରତରେ ପ୍ରସ୍ତୁତ ହୋଇ ବିଦେଶକୁ ଯାଇଥିବା ୪୦୦ ପ୍ରକାରର ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ୟୁରୋପୀୟ ସଂଘ (ଇୟୁ) ନିଷିଦ୍ଧ କରିଛି। ଉକ୍ତ ଖାଦ୍ୟ ସାମଗ୍ରୀଗୁଡିକରେ କୀଟନାଶକ, କବକ ଏବଂ କ୍ୟାଡ୍‌ମିୟମ୍‌ ଭଳି କ୍ଷତିକାରକ ଉପାଦାନ ମିଳିବା […]

ନୂଆଦିଲ୍ଲୀ:  ଆଜିର ଦିନରେ ସୁସ୍ଥ ଜୀବନ ଶୈଳୀ ହେଉଛି ସବୁଠୁ ଗୁରୁତ୍ବପୂର୍ଣ୍ଣ। ହେଲେ ଆମେ ଖାଉଥିବା ଖାଦ୍ୟ ସାମଗ୍ରୀରେ କ୍ୟାନସର ସୃଷ୍ଟିକାରୀ ଉପାଦାନ ରହିଥିବା ଖବର ବେଶ ଚିନ୍ତାଜନକ। ଏକ ରିପୋର୍ଟ ଅନୁଯାୟୀ, ଗତ ୫ ବର୍ଷ (୨୦୧୯-୨୦୨୪) ମଧ୍ୟରେ ଭାରତରେ ପ୍ରସ୍ତୁତ ହୋଇ ବିଦେଶକୁ ଯାଇଥିବା ୪୦୦ ପ୍ରକାରର ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ୟୁରୋପୀୟ ସଂଘ (ଇୟୁ) ନିଷିଦ୍ଧ କରିଛି। ଉକ୍ତ ଖାଦ୍ୟ ସାମଗ୍ରୀଗୁଡିକରେ କୀଟନାଶକ, କବକ ଏବଂ କ୍ୟାଡ୍‌ମିୟମ୍‌ ଭଳି କ୍ଷତିକାରକ ଉପାଦାନ ମିଳିବା ପରେ ୟୁରୋପୀୟ ୟୁନିଅନ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଇୟୁ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତରେ ପ୍ରସ୍ତୁତ ହେଉଥିବା ଏହି ୪୦୦ ଖାଦ୍ୟ ସାମଗ୍ରୀ ମଧ୍ୟରୁ ୧୪ଟିରେ ମର୍କ୍ୟୁରୀ ଓ କ୍ୟାଡ୍‌ମିୟମ ଭଳି କ୍ଷତିକାରଣ ଉପାଦାନ ରହିଛି। ଯାହାକି ଆମ ଶରୀରର ଅଙ୍ଗକୁ କ୍ଷତି ପହଞ୍ଚାଇବା ସହ ନଷ୍ଟ କରିଦେବ। ସେହିଭଳି ୨୧ଟି ସାମଗ୍ରୀରେ କାଡମିୟମ ଭଳି ଭାରୀ ଧାତୁ ରହିଛି। ଏହାକୁ ସେବନ କିମ୍ବା ଆଘ୍ରାଣ କରିବା ଫଳରେ ଘାତକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏହାର ଦୀର୍ଘକାଳୀନ ବ୍ୟବହାର କରିବା ଦ୍ୱାରା କିଡ୍‌ନୀ ନଷ୍ଟ ହେବା ସହ ଶରୀର ଅସ୍ଥି କ୍ଷତିଗ୍ରସ୍ତ ହେବା, ଶ୍ୱାସପ୍ରଶ୍ୱାସ ସମସ୍ୟା ଉପୁଜିବା ଓ ହୃଦ୍‌ରୋଗ ଭଳି ସମସ୍ୟା ଦେଖାଦେବାର ସମ୍ଭାବନା ମଧ୍ୟ ରହିଛି। ଅଧିକ ଦିନ ଧରି କାଡମିୟମ ମିଶ୍ରୁତ ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା କ୍ୟାନସର ରୋଗ ବିଶେଷକରି ଫୁସଫୁସ କର୍କଟ ହେବାର ଆଶଙ୍କା ରହିଛି। ୫୯ଟି ଖାଦ୍ୟ ସାମଗ୍ରୀରେ କାର୍ସିନୋଜେନିକ ଭଳି କୀଟନାଶକ ରହିଛି,ଯାହାକି କ୍ୟାନସର ସୃଷ୍ଟିକାରୀ ଉପାଦାନ ଭାବେ ପରିଚିତ।

ଚାଉଳ, ଜଡିବୁଟି ଓ ମସଲା ଭଳି ସାମଗ୍ରୀରେ ରାସାୟନିକ ଉପାଦାନ ଟ୍ରାଇସାଇକ୍ଲାଜୋଲ ରହିଛି। ଏଥିରେ କାର୍ସିନୋଜେନିକ ଓ ଜେନୋଟକ୍ସିକ ଉପାଦାନ ଥିବା କାରଣରୁ ୟୁରୋପୀୟ ୟୁନିଅନ ଏହାକୁ ପୂର୍ବରୁ ନିଷେଧ କରିସାରିଛି। ସେହିଭଳି ୫୨ରୁ ଅଧିକ ଖାଦ୍ୟ ସାମଗ୍ରୀରେ ଏକରୁ ଅଧିକ କୀଟନାଶକ ଓ କବକନାଶୀ ରହିଛି। କେତେକ ସାମଗ୍ରୀରେ ୫ରୁ ଅଧିକ ଏଭଳି ଉପାଦାନ ରହିଥିବା ମଧ୍ୟ ଜଣାପଡିଛି।

ସେହିଭଳି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ୨୦ଟି ଖାଦ୍ୟ ସାମଗ୍ରୀରେ ୨-କ୍ଲୋରୋଇଥାନଲ୍‌ର ସନ୍ଧାନ ମିଳିଛି, ଯାହାକି ଏଥିଲିନ ଅକ୍ସାଇଡର ଏକ ବିଷାକ୍ତ ଉତ୍ପାଦ। ଓକ୍ରାଟକ୍ସିନ-ଏ ନାମକ ଏକ ପ୍ରକାର ନିଷିଦ୍ଧ ଘୋଷିତ ମାଇକୋଟକ୍ସିନ ଲଙ୍କା, କଫି ଓ ଚାଉଳ ସହିତ ୧୦ଟି ଖାଦ୍ୟ ସାମଗ୍ରୀରେ ରହିଛି। ସତାବରି, ଅଶ୍ୱଗନ୍ଧା, ତିଳ ମଞ୍ଜି ବ୍ୟତୀତ ଆହୁରି ୧୦୦ରୁ ଅଧିକ ସାମଗ୍ରୀରେ ସାଲମୋନେଲା ନାମକ ଏକ ପ୍ରକାର କ୍ଷତିକାରକ ଉପାଦାନ ରହିଛି` ବାଦାମ ଦାନା ଓ ଅଖରୋଟ କ୍ରାକରରେ ଆଫ୍ଲାଟକ୍ସିନ୍ସ ନାମକ ଏକ ବିଷାକ୍ତ କାର୍ସିନୋଜେନ ଓ ନ୍ୟୁଟାଜେନ ରହିଛି ଯାହାକି ଲିଭରକୁ କ୍ଷତି ପହଞ୍ଚାଇବା ସହ କ୍ୟାନସର ମଧ୍ୟ ସୃଷ୍ଟି କରିବ` ସେହିଭଳି ଚାଉଳ ଗୁଣ୍ଡ ଓ ଧନିଆ ଗୁଣ୍ଡରେ କ୍ଲୋରୋପାଇରିଫସ ନାମକ ବିଷାକ୍ତ ଉପାଦାନ ରହିଛି । ଏହା ଏକ ପ୍ରକାର କୀଟନାଶକ, ଯାହାକି ପତ୍ର ଓ ମାଟିରେ ସୃଷ୍ଟି ହେଉଥିବା କେତେକ କୀଟଙ୍କୁ ମାରିବା ଲାଗି ପ୍ରୟୋଗ କରାଯାଇଥାଏ` ଏହାର ବ୍ୟବହାର ଫଳରେ ସ୍ନାୟବିକ ସମସ୍ୟା ଓ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ବିଶେଷକରି ପିଲାଙ୍କଠାରେ ଦେଖାଦେଇଥାଏ ବୋଲି ରିପୋର୍ଟରେ କୁହାଯାଇଛି।

About The Author: The Sakala