ସଫଳ ହେଉଛି ରାଜ୍ୟ ସରକାରଙ୍କ ପରିକଳ୍ପନା: କର୍କଟରୁ ସୁସ୍ଥ ହୋଇ ଫେରିଲେ ଚୁନି

ଯାଜପୁର: ବଞ୍ଚିବାର ନୂଆ ରାହା ଦେଖାଉଛି BSKY । ଗରିବଙ୍କ ପାଇଁ ବରଦାନ ପାଲଟିଛି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ସୁସ୍ଥ ହେଉଛନ୍ତି ଗୁରୁତର ରୋଗୀ ।  ସଫଳ ହେଉଛି ରାଜ୍ୟ ସରକାରଙ୍କ ପରିକଳ୍ପନା । ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡରେ ଉପକୃତ ହେଉଛନ୍ତି ଗରିବ ହିତାଧିକାରୀ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁରରେ ମହିଳାଙ୍କୁ ବିଏସକେଓ୍ବାଇ କାର୍ଡ ନୂଆ ଜୀବନ ଦେଇଛି। ଜୀବନ ସହ ସଂଘର୍ଷ କରୁଥିବା ଚୁନି ବେହେରା ସୁସ୍ଥ ହୋଇ ଘରକୁ […]

ଯାଜପୁର: ବଞ୍ଚିବାର ନୂଆ ରାହା ଦେଖାଉଛି BSKY । ଗରିବଙ୍କ ପାଇଁ ବରଦାନ ପାଲଟିଛି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ସୁସ୍ଥ ହେଉଛନ୍ତି ଗୁରୁତର ରୋଗୀ ।  ସଫଳ ହେଉଛି ରାଜ୍ୟ ସରକାରଙ୍କ ପରିକଳ୍ପନା । ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡରେ ଉପକୃତ ହେଉଛନ୍ତି ଗରିବ ହିତାଧିକାରୀ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିତାପୁରରେ ମହିଳାଙ୍କୁ ବିଏସକେଓ୍ବାଇ କାର୍ଡ ନୂଆ ଜୀବନ ଦେଇଛି। ଜୀବନ ସହ ସଂଘର୍ଷ କରୁଥିବା ଚୁନି ବେହେରା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଜୀବନ ଯନ୍ତ୍ରଣାରେମୃତ୍ୟୁ ସହ ସଂଗ୍ରାମ କରୁଥିବା ଯାଜପୁର ଜିଲ୍ଲାର ଚୁନିଙ୍କ ଜୀବନ ଦେଇଛି ବିଏସକେଓ୍ବାଇ ସ୍ମାର୍ଟ କାର୍ଡ । ଆଠ ମାସ ହେଲା ମାରାତ୍ମକ କର୍କଟରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଜୁଝି ହେଉଥିବା ଚୁନି ପାଇଛନ୍ତି ନୂଆ ଜୀବନ । ବିଏସକେଓ୍ବାଇ ସ୍ମାର୍ଟ କାର୍ଡରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ  ହୋଇଛନ୍ତି ।

ସୂଚନା ଅନୁଯାୟୀ, ପାଖରେ ସମ୍ବଳ ନଥିବାରୁ ଜୀବନ ସହ ସଂଗ୍ରାମ କରୁଥିଲେ ଚୁନି । ବିଏସକେଓ୍ବାଇ କାର୍ଡ ମିଳିବା ପରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସିତ ହୋଇଛନ୍ତି । ସେପଟେ କିଛି ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ମହିଳାଙ୍କୁ ସହଯୋଗର ହାତ ବଢାଇଛନ୍ତି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଅଣିଛି ବିଏସକେଓ୍ବାଇ କାର୍ଡ । ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ମାଗଣା ସ୍ବାସ୍ଥ୍ୟସେବା ମିଳୁଛି ।

About The Author: The Sakala