ଭିଜିଲାନ୍ସ ଜାଲରେ କୁଜଙ୍ଗ ଵିଇଓ ଅଫିସର ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ

ଜଗତସିଂହପୁର : କୁଜଙ୍ଗ ଵିଇଓ ଅଫିସରେ ଭିଜିଲାନ୍ସ ଚଢ଼ାଉ। ଲାଞ୍ଚ ନେବା ବେଳେ ଵିଇଓ ଅଫିସର ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ରେଡ଼ ହ୍ୟାଣ୍ଡରେ ଧରିଛି କରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁସାରେ ହାଉସ ବିଲ୍ଡିଂ ଲୋନ କରେଇ ଦେବା ପାଇଁ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଵିଇଓ ଅଫିସର ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ। ଯାହାକୁ ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଆଜି ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ ଶିକ୍ଷକ ଜଣଙ୍କ ନିକଟରୁ ଲାଞ୍ଚ ନେବା […]

ଜଗତସିଂହପୁର : କୁଜଙ୍ଗ ଵିଇଓ ଅଫିସରେ ଭିଜିଲାନ୍ସ ଚଢ଼ାଉ। ଲାଞ୍ଚ ନେବା ବେଳେ ଵିଇଓ ଅଫିସର ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ରେଡ଼ ହ୍ୟାଣ୍ଡରେ ଧରିଛି କରିଛି ଭିଜିଲାନ୍ସ ।

ମିଳିଥିବା ସୂଚନା ଅନୁସାରେ ହାଉସ ବିଲ୍ଡିଂ ଲୋନ କରେଇ ଦେବା ପାଇଁ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଵିଇଓ ଅଫିସର ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ। ଯାହାକୁ ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଆଜି ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ ଶିକ୍ଷକ ଜଣଙ୍କ ନିକଟରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟଙ୍କା ସହ ତାଙ୍କୁ ଧରିଛି। ଏଥି ସହିତ କୁଜଙ୍ଗ ଵିଇଓ ଅଫିସ ସହ ଜଗତସିଂହପୁର ଅଳସୁଧାରେ ଥିବା ଆକଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁକ ଘରେ ମଧ୍ୟ ରେଡ଼ କରିଛି। ଏହି ରେଡ୍‌ରେ ଜଗତସିଂହପୁର ଓ କଟକ ଭିଜିଲାନ୍ସ  ଟିମ୍‌ ସାମିଲ ରହିଛନ୍ତି।

About The Author: The Sakala