୩୨୧ ଗ୍ରାମ ବ୍ରାଉନସୁଗର ଓ ୯୭ ହଜାର ଟଙ୍କା ଜବତ, ୨ ଗିରଫ

ଜଗତସିଂହପୁର: ଜଗତସିଂହପୁର ପୋଲିସ ହାତରେ ଲାଗିଛି ବିପୁଳ ପରିମାଣର ବ୍ରାଉନସୁଗର। ସଦର ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ଆଳିପିଙ୍ଗଳ ଛକ ନିକଟରେ ଚଢ଼ାଉ କରାଯାଇ ୩୨୧.୬୨ ଗ୍ରାମ ବ୍ରାଉନସୁଗର ସହିତ ନଗଦ ୯୭ ହଜାର ଟଙ୍କା ଓ ଗୋଟିଏ ବାଇକକୁ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ କଟକ ଜିଲ୍ଲା ନିଆଳି ଥାନା ଅଂଚଳର ଦେବେନ୍ଦ୍ର ସାହୁ ଓ଼ ସଂଜିତ ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅନେକ ସମୟରେ କଟକ ନିଆଳି ପଟୁ […]

ଜଗତସିଂହପୁର: ଜଗତସିଂହପୁର ପୋଲିସ ହାତରେ ଲାଗିଛି ବିପୁଳ ପରିମାଣର ବ୍ରାଉନସୁଗର। ସଦର ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ଆଳିପିଙ୍ଗଳ ଛକ ନିକଟରେ ଚଢ଼ାଉ କରାଯାଇ ୩୨୧.୬୨ ଗ୍ରାମ ବ୍ରାଉନସୁଗର ସହିତ ନଗଦ ୯୭ ହଜାର ଟଙ୍କା ଓ ଗୋଟିଏ ବାଇକକୁ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ କଟକ ଜିଲ୍ଲା ନିଆଳି ଥାନା ଅଂଚଳର ଦେବେନ୍ଦ୍ର ସାହୁ ଓ଼ ସଂଜିତ ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅନେକ ସମୟରେ କଟକ ନିଆଳି ପଟୁ ବେପାରୀମାନେ ବ୍ରାଉନସୁଗର ଧରି ଜଗତସିଂହପୁର ସହର ଭିତରକୁ ପ୍ରବେଶ କରୁଛନ୍ତି । କେତେକ ସ୍ଥଳେ ଏମାନଙ୍କୁ ପୋଲିସ କାବୁ କରୁଥିଲେ ସୁଦ୍ଧା ଏହି ମାରାତ୍ମକ ନିଶା କାରବାର ଜିଲ୍ଳାରେ ଥମିବାର ନାଁ ନେଉନି ।

About The Author: The Sakala