ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳ ପାଇଁ ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ନାଁ ଘୋଷଣା କରିଛନ୍ତି । ଏଥିରେ ୬ ଜଣ ନେତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ।
ଇପସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ବ ମିଳିଥିବାବେଳେ ଚିନ୍ମୟ ସାହୁଙ୍କୁ ଯୁବ ବିଜେଡି ସଭାପତି ଦାୟିତ୍ବ ପ୍ରଦାନ କରାଯାଇଛି।
ସେହିପରି ଯୁବ ଓ ଛାତ୍ର ସଂଗଠନର ଆଉ ୪ ଲେଖାଏଁ ବରିଷ୍ଠଙ୍କୁ ସା. ସମ୍ପାଦକ ଦାୟିତ୍ବ ପ୍ରଦାନ କରାଯାଇଛି…
ଯୁବ- ବ୍ୟୋମକେଶ ରାୟ, ରାଜେନ୍ଦ୍ର ସାହୁ, ଅମରେଶ ପତ୍ରି, ସଞ୍ଜିତ ମହାନ୍ତି
ଛାତ୍ର- ଦେବେଶ ଆଚାର୍ଯ୍ୟ, ଦେବୀରଂଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ, ସୌଭିକ ବିଶ୍ବାଳ