ଭୁବନେଶ୍ବର: ଇଣ୍ଡିଆନ ମେଟାଲସ୍ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ୨୦୨୩ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ବିଜେତା ଓ ଉପବିଜେତାଙ୍କ ନାମ ଘୋଷଣା କରାଯାଇଛି। ୨୦୨୩ ପାଇଁ ଟେନିସ ତାରକା ଦେବାଶିଷ ସାହୁ ଏକଲବ୍ୟ ପୁରସ୍କାର ବିଜେତା ହୋଇଛନ୍ତି। ଟେନିସ ତାରକା ଦେବାଶିଷ ସାହୁ ଏକଲବ୍ୟ ପୁରସ୍କାର ସହ ୫ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ୨୦୨୩ ମସିହା ପାଇଁ ୨ଜଣ ଉପବିଜେତାଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ଆଥଲେଟ ବାପି ହାଁସଦା ଓ ଭାରୋତ୍ତଳକ ଜ୍ୟୋତ୍ସ୍ନା ଶବରଙ୍କୁ ଉପବିଜେତା ଭାବେ ଘୋଷଣା କରାଯାଇଛି। ବାପି ଓ ଜ୍ୟୋତ୍ସ୍ନାଙ୍କୁ ୧ ଲକ୍ଷ ଟଙ୍କା ସହ ମାନପତ୍ର ମିଳିବ ବୋଲି କୁହାଯାଇଛି। ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ଘୋଷଣା। ୧୯୯୩ରୁ କ୍ରମାଗତ ଭାବେ ଏକଲବ୍ୟ ପୁରସ୍କାର ପ୍ରଦାନ କରି ଆସୁଛି ଇମ୍ପାକ୍ଟ।
ଏକଲବ୍ୟ ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ମୂଳ ଲକ୍ଷ୍ୟ। ଯାହାଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ।