ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହେଲା ସମସ୍ତ ଅଳଙ୍କାର

ପୁରୀ: ସୁରୁଖୁରୁରେ ସମ୍ପନ୍ନ ହେଲା ଭିତର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତର । ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ସ୍ଥାନାନ୍ତର ପାଇଁ ପ୍ରାୟ ସାଢ଼େ ୭ ଘଣ୍ଟା ସମୟ ଲାଗିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ଭଣ୍ଡାର ଘରୁ ସମସ୍ତ ଅଳଙ୍କାର ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ ଟିମ୍ ଭଣ୍ଡାର ଘରୁ ବାହାରିବା […]

ପୁରୀ: ସୁରୁଖୁରୁରେ ସମ୍ପନ୍ନ ହେଲା ଭିତର ଭଣ୍ଡାର ଅଳଙ୍କାର ସ୍ଥାନାନ୍ତର । ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ସ୍ଥାନାନ୍ତର ପାଇଁ ପ୍ରାୟ ସାଢ଼େ ୭ ଘଣ୍ଟା ସମୟ ଲାଗିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ଭଣ୍ଡାର ଘରୁ ସମସ୍ତ ଅଳଙ୍କାର ଖଟଶେଯ ଗୃହରେ ହୋଇଥିବା ଅସ୍ଥାୟୀ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ ଟିମ୍ ଭଣ୍ଡାର ଘରୁ ବାହାରିବା ପରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରକୁ ଲକ୍ କରାଯାଇଛି । ଅଳଙ୍କାର ସ୍ଥାନାନ୍ତରର ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି ।

ଅଳଙ୍କାର ସ୍ଥାନାନ୍ତର ପରେ ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ଖଟଶେଯ ଗୃହକୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରିତ ହୋଇଛି । ରତ୍ନଭଣ୍ଡାରରେ ଥିଲା ୪ଟି ଆଲମିରା ଓ ୩ଟି ସିନ୍ଦୁକ । ଏଥିରୁ ୩ଟି କାଠ ଆଲମିରା ହୋଇଥିବା ବେଳେ ଗୋଟିଏ ଷ୍ଟିଲ ଆଲମିରା ଥିଲା । ଯାହାକୁ ସ୍ଥାନାନ୍ତର କରାଯାଇଛି ।’

ଆଗକୁ ସେ କହିଛନ୍ତି, ‘୩ଟି ସିନ୍ଦୁକ ମଧ୍ୟରୁ ଦୁଇଟି କାଠ ଆଲମିରା ଥିବା ବେଳେ ଗୋଟିଏ ଲୁହାରେ ଥିଲା । ୩ଟି ଯାକ ସିନ୍ଦୁକରେ ଥିବା ସମସ୍ତ ଅଳଙ୍କାରକୁ ଆଲମିରାକୁ ସ୍ଥାନାନ୍ତର କରାଯାଇଛି ।’

ରତ୍ନଭଣ୍ଡାରରେ ଗୁପ୍ତ କୋଠରୀ ଥିବା ଖବରକୁ ଗୁଜବ କହିଛନ୍ତି ଜଷ୍ଟିସ ରଥ । ସେ କହିଛନ୍ତି, ଆମେ ଖାଲି ଆଖିରେ ସେମିତି କିଛି ଗୁପ୍ତ କୋଠରୀ ଦେଖିବାକୁ ପାଇଲୁନି । ଏହା ଏକ ଗୁଜବ । ଭିତର ରତ୍ନଭଣ୍ଡାର ମଧ୍ୟରେ ସାପ କି ଅନ୍ୟ କିଛଇ ଯନ୍ତୁ ନଥିଲେ । ଏହାସହ ଅଳଙ୍କାର ସ୍ଥାନାନ୍ତର ବେଳେ କୌଣସି ଅଘଟଣ ଘଟି ନଥିଲା । ତେଣୁ ଅଗ୍ନିଶମ ଓ ସ୍ନେକ ହେଲପ୍ ଲାଇନ୍ ସଦସ୍ୟଙ୍କ ଆବଶ୍ୟକତା ପଡି ନଥିଲା ।

About The Author: The Sakala