କେନ୍ଦ୍ର ଟିକା ଯୋଗାଇଲେ ଓଡ଼ିଶାରେ ୪ ରୁ ୫ ମାସ ମଧ୍ୟରେ ଶେଷ ହେବ ଟିକାକରଣ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ଦୈନିକ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ଗତକାଲି ରେକର୍ଡ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଡୋଜ୍ ଟିକା ଦିଆଗଲାଣି । ଆଗାମୀ ୪ ରୁ ୫ ମାସ ମଧ୍ୟରେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଶେଷ ହେବ। ଏହି ସୂଚନା ଦେଇଛନ୍ତି ରାଜ୍ୟ […]

ଭୁବନେଶ୍ୱର: ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ଦୈନିକ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ଗତକାଲି ରେକର୍ଡ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଡୋଜ୍ ଟିକା ଦିଆଗଲାଣି । ଆଗାମୀ ୪ ରୁ ୫ ମାସ ମଧ୍ୟରେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଶେଷ ହେବ। ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ କହିଛନ୍ତି, ବର୍ତ୍ତମାନ ଲୋକ ଟିକା ନେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିବାରୁ ଟିକାକରଣ କେନ୍ଦ୍ରରେ ଭିଡ଼ ହେଉଛି। ଗର୍ଭବତୀ ମହିଳା ମାନଙ୍କ ଟିକାକରଣ ଲାଗି ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟର ଅଧିକାରୀଙ୍କୁ ପ୍ରଶିକ୍ଷଣ କାର୍ଯ୍ଯକ୍ରମ ରହିଛି। ଯେତେ ଶୀଘ୍ର ସମ୍ଭବ ଗର୍ଭବତୀଙ୍କୁ ଆରମ୍ଭ ହେବ ଟିକାକରଣ ।

About The Author: The Sakala