ଓଡ଼ିଶାରେ ବାତ୍ୟା ପାଇଁ ମିଛରେ ବଦ୍‌ନାମ ଅକ୍ଟୋବର : ୨୨ ବର୍ଷରେ କେବଳ ଗୋଟିଏ ‘ଫାଇଲିନ୍‌’ ହିଁ ହୋଇଛି ମାଡ଼

ଭୁବନେଶ୍ୱର: ସାଧାରଣତଃ ଅକ୍ଟୋବର ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ନେଇ ଛନକା ପଶେ। ମୌସୁମୀ ପରବର୍ତ୍ତୀକାଳିନ ବାତ୍ୟା ଋତୁ ଆରମ୍ଭ ହେଉଥିବା ସହ ୧୯୯୯ରେ ଆସିଥିବା ମହାବାତ୍ୟା ସମସ୍ତଙ୍କୁ ଆନ୍ଦୋଳିତ କରେ। ମାତ୍ର ଗତ ୨୨ ବର୍ଷର ଟ୍ରେଣ୍ଡକୁ ଦେଖିଲେ ଅକ୍ଟୋବର ମାସରେ ବାତ୍ୟା ଭୟ ଯଥେଷ୍ଟ ଦୂର ହୋଇଛି। ବିଶେଷ କରି ଓଡ଼ିଶା ପରିପ୍ରେକ୍ଷୀରେ ୨୦୧୩ ମସିହା ଫାଇଲିନ୍‌‌କୁ ଛାଡ଼ି ଦେଲେ ବିଗତ ଦିନରେ ଅକ୍ଟୋବର ମାସରେ କୌଣସି ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଅତିକ୍ରମ […]

ଭୁବନେଶ୍ୱର: ସାଧାରଣତଃ ଅକ୍ଟୋବର ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ନେଇ ଛନକା ପଶେ। ମୌସୁମୀ ପରବର୍ତ୍ତୀକାଳିନ ବାତ୍ୟା ଋତୁ ଆରମ୍ଭ ହେଉଥିବା ସହ ୧୯୯୯ରେ ଆସିଥିବା ମହାବାତ୍ୟା ସମସ୍ତଙ୍କୁ ଆନ୍ଦୋଳିତ କରେ। ମାତ୍ର ଗତ ୨୨ ବର୍ଷର ଟ୍ରେଣ୍ଡକୁ ଦେଖିଲେ ଅକ୍ଟୋବର ମାସରେ ବାତ୍ୟା ଭୟ ଯଥେଷ୍ଟ ଦୂର ହୋଇଛି। ବିଶେଷ କରି ଓଡ଼ିଶା ପରିପ୍ରେକ୍ଷୀରେ ୨୦୧୩ ମସିହା ଫାଇଲିନ୍‌‌କୁ ଛାଡ଼ି ଦେଲେ ବିଗତ ଦିନରେ ଅକ୍ଟୋବର ମାସରେ କୌଣସି ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଅତିକ୍ରମ କରି ନାହିଁ।

ଆଇଏମଡିର ତଥ୍ୟ ଅନୁଯାୟୀ ୧୮୯୧ ରୁ ୨୦୨୧ ମଧ୍ୟରେ ଅକ୍ଟୋବର ମାସରେ ବଙ୍ଗୋପସାଗର ଅଞ୍ଚଳରେ ପାଖାପାଖି ୯୨ ଟି ବାତ୍ୟା ସୃଷ୍ଟି ହୋଇଛି। ଏହି ୧୩୦ ବର୍ଷର ରେକର୍ଡରୁ ଜଣାପଡ଼ୁଛି ଯେ ଏହି ବାତ୍ୟା ମଧ୍ୟରୁ ୧୫ ଟି ବାତ୍ୟା ଓଡ଼ିଶା ଉପକୂଳକୁ ଅତିକ୍ରମ କରିଛି। ଯେଉଁଥିରେ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଜଗତସିଂହପୁରରେ ସ୍ଥଳଭାଗ ଅତିକ୍ରମ କରିଥିବା ମହାବାତ୍ୟା ସାମିଲ ରହିଛି। ଯାହାକି ବଙ୍ଗୋପସାଗରେ ଇତିହାସର ସବୁଠାରୁ ଶକ୍ତିଶାଳୀ ବାତ୍ୟା ଭାବେ ଉପକୂଳକୁ ଅତିକ୍ରମ କରିଛି। ଏହି ମହାବାତ୍ୟା ଦ୍ୱାରା ଘଣ୍ଟାପ୍ରତି ୨୬୦ କିମି ବେଗରେ ପବନ ବହିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମାତ୍ର ଏହା ପରେ ବଙ୍ଗୋପସାଗରରେ ‘ଅମ୍ଫନ’ ମହାବାତ୍ୟାରେ ପରିଣତ ହୋଇଥିଲେ ମଧ୍ୟ ଏହା ୨୦୨୦ ମେ’ ମାସରେ ହୋଇଥିଲା ଓ ଦୁର୍ବଳ ହୋଇ ପଶ୍ଚିମ ବଙ୍ଗରେ ସ୍ଥଳଭାଗ ଛୁଇଁଥିଲା।

ଅନ୍ୟପଟେ ଗତ ୪୧ ବର୍ଷ ମଧ୍ୟରେ ଅକ୍ଟୋବର ମାସରେ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ମଧ୍ୟରୁ କେବଳ ୪ ଟି ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରିଛି। ସେହିପରି ୨୦୧୩ ପରେ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଅବପାତ ଏବଂ ବାତ୍ୟାକୁ ମିଶାଇ ୧୬ ଟି ସିଷ୍ଟମ ସୃଷ୍ଟି ହୋଇଥିଲେ ମଧ୍ୟ କୌଣସି ବାତ୍ୟା ଓଡ଼ିଶାରେ ସ୍ଥଳଭାଗ ଛୁଇଁ ନାହିଁ। ଏହା ବ୍ୟତୀତ ୨୦୧୮ ମସିହା ଅକ୍ଟୋବରରେ ତିତଲୀ ସୃଷ୍ଟି ହୋଇଥିଲେ ମଧ୍ୟ ଏହା ଆନ୍ଧ୍ରରେ ସ୍ଥଳଭାଗ ଅତିକ୍ରମ କରିଥିଲା। ସାଧାରଣତଃ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାଗୁଡ଼ିକ ଓଡ଼ିଶା ମୁହାଁ ହୋଇଥାନ୍ତି। କିନ୍ତୁ ୨୦୧୮ ମସିହାରେ ପରେ ବଙ୍ଗୋପସାଗରେ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଗୋଟିଏ ବି ବାତ୍ୟା ସୃଷ୍ଟି ହୋଇ ନ ଥିବାରୁ ବଙ୍ଗୋପସାଗରକୂଳିଆ ରାଜ୍ୟମାନଙ୍କୁ ଆଶ୍ୱସ୍ତ କରିଛି।

ପାଣିପାଗ ବିଜ୍ଞାନୀଙ୍କ ମତରେ ସମୁଦ୍ରରେ ତାପମାତ୍ରା ବୃଦ୍ଧି ହେତୁ ସେପ୍ଟେମ୍ବର ଓ ଅକ୍ଟୋବରରେ ଲଗାତର ଲଘୁଚାପ ସୃଷ୍ଟି ହୋଇ ବର୍ଷା କରାଉଛି। ଏହା ଦ୍ୱାରା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରୁଛି। ବିଳମ୍ବରେ ମୌସୁମୀ ଯାଉଥିବା ଯୋଗୁଁ ବାୟୁଣ୍ଡଳର ଉପରିଭାଗ ବାୟୁ ବାତ୍ୟାଗୁଡ଼ିକୁ ଆନ୍ଧ୍ର ଓ ତାମିଲନାଡ଼ୁ ମୁହାଁ କରାଇବାରେ ସହାୟକ ହେଉଛି।

About The Author: The Sakala