ବଣ୍ଡା ଛାତ୍ରୀ ମୂଲ ଲାଗିବା ଘଟଣା: ‘୫-ଟି’ ସଚିବଙ୍କ ତ୍ବରିତ ପଦକ୍ଷେପ, ୧୦ ମିନିଟରେ ସମାଧାନ

ମାଲକାନଗିରି, ୩୦।୫(ସମିସ): ମାଲକାନଗିରି ଜିଲ୍ଲା ମେଧାବୀ ବଣ୍ଡା ଛାତ୍ରୀ ମୂଲ ଲାଗିବା ଘଟଣାରେ ତ୍ବରିତ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏ ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ଏହାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଜିଲ୍ଲା ମଙ୍ଗଳ ଅଧିକାରୀ ସମ୍ପୃକ୍ତ ଛାତ୍ରୀ କରମା ମୁଦୁଲିଙ୍କ ନିକଟରେ ପହଞ୍ଚି ତାଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। କରମାଙ୍କ ସ୍ଥିତି ଓ ସମସ୍ୟା ପରିପ୍ରେକ୍ଷୀରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ […]

ମାଲକାନଗିରି, ୩୦।୫(ସମିସ): ମାଲକାନଗିରି ଜିଲ୍ଲା ମେଧାବୀ ବଣ୍ଡା ଛାତ୍ରୀ ମୂଲ ଲାଗିବା ଘଟଣାରେ ତ୍ବରିତ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏ ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ଏହାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଜିଲ୍ଲା ମଙ୍ଗଳ ଅଧିକାରୀ ସମ୍ପୃକ୍ତ ଛାତ୍ରୀ କରମା ମୁଦୁଲିଙ୍କ ନିକଟରେ ପହଞ୍ଚି ତାଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। କରମାଙ୍କ ସ୍ଥିତି ଓ ସମସ୍ୟା ପରିପ୍ରେକ୍ଷୀରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ମାତ୍ର ୧୦ ମିନିଟ ମଧ୍ୟରେ ତାଙ୍କ ସମସ୍ୟାର ସମାଧାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କରମାଙ୍କୁ ଆବଶ୍ୟକ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ। ତେଣୁ କରମାଙ୍କୁ ଆଉ ମୂଲ ଲାଗିବାକୁ ପଡ଼ିବ ନାହିଁ। ରିପୋର୍ଟ ଅନୁସାରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଡେଇଗୁଡ଼ା ଗ୍ରାମର କରମା ଯୁକ୍ତ ୨ ବାଣିଜ୍ୟରେ ଜିଲ୍ଲା ଟପ୍ପର ହୋଇଥିଲେ।

ସେ ଗୋବିନ୍ଦପାଲ୍ଲୀ କଲେଜରେ ପଢୁଥିଲେ। ଏହା ପରେ ସେ ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟର +୩ ବାଣିଜ୍ୟ ବିଭାଗର ଛାତ୍ରୀ ଭାବେ ନାମ ଲେଖାଇଛନ୍ତି। ତାଙ୍କୁ ମାଟ୍ରିକ୍ ପରବର୍ତ୍ତୀ ସ୍କୋଲାରସିପ୍ ବାବଦକୁ ୧୩ ହଜାର ୫ଶହ ଟଙ୍କା ମିଳିଛି। ଏହା ସହିତ ସେ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲାପ୍‌ଟପ୍‌ ପାଇଁ ଆବେଦନ କରିଛନ୍ତି। ତାଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ରେଡ୍‌କ୍ରସ୍ ଫଣ୍ଡରୁ ୧୦ ହଜାର ଟଙ୍କା ଓ ଆଇସି ଯୋଜନାରେ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ସହିତ ତାଙ୍କ ପରିବାରକୁ ମଧ୍ୟ ସରକାରୀ ଯୋଜନାରେ ସହାୟତା ମିଳୁଥିବା ସହ ବାପା ମାଆ ଉଭୟ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଉଛନ୍ତି।

ତେବେ କରମାଙ୍କ କହିବା ଅନୁସାରେ ହଷ୍ଟେଲରେ ରହିବା ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶି ମାସିକ ପ୍ରାୟ ୩ ହଜାର ଟଙ୍କା ଯୋଗାଡ଼ କରିବା ତାଙ୍କ ପାଇଁ ସମସ୍ୟା ହେଉଥିଲା। ତେଣୁ ସେ ସେମିଷ୍ଟର ଛୁଟିରେ ସେ ଗାଁକୁ ଆସି ମୂଲ ଲାଗି ଅର୍ଥ ସଂଗ୍ରହ କରୁଥିଲେ। ଏହି ଅର୍ଥରେ ସେ ପଢ଼ା ଖର୍ଚ୍ଚ ଉଠାଇବାକୁ ଯୋଜନା କରିଥିଲେ। କିନ୍ତୁ ଏ ଖବର ପ୍ରଚାରିତ ହେବା କ୍ଷଣି ତତ୍ପର ହୋଇଥିଲେ ସରକାର। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କରମାଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କର ପଢ଼ା ଖର୍ଚ୍ଚ ବାବଦକୁ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୁନିଶ୍ଚିତ କରିଛନ୍ତି।

ଜିଲ୍ଲାପାଳ ବିଶାଳ ସିଂହ କହିଛନ୍ତି ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ବିଡିଓ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ କୁହାଯାଇଥିଲା। ସେମାନେ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଆଧାରରେ କରମାଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯିବ।

କେବଳ କରମା ମୁଦୁଲି ନୁହନ୍ତି, ପୂର୍ବରୁ ଯେତେ ଥର କୌଣସି ମେଧାବୀ ଛାତ୍ରଛାତ୍ରୀ ପାଠପଢ଼ିବାକୁ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ତ୍ବରିତ ଏହାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ତତ୍‌କ୍ଷଣାତ ସମାଧାନ ଅନେକ ଛାତ୍ରଛାତ୍ରୀଙ୍କ କ୍ୟାରିଅରକୁ ବ୍ୟବସ୍ଥିତ କରିଛି। ସମ୍ବଲପୁର ଜିଲ୍ଲାର ଶେଷ କିଷାନ ହୁଅନ୍ତୁ କି କନ୍ଧମାଳ ବାଲିଗୁଡ଼ା ଅଞ୍ଚଳର ଡାକ୍ତରୀ ଛାତ୍ର ଇଫୁ ମଲ୍ଲିକ। ସମସ୍ତଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହଯୋଗ ସେମାନଙ୍କ ଜୀବନ ସଜାଡ଼ିବାରେ ସହଯୋଗ କରିଛି।

About The Author: The Sakala