ମାଲକାନଗିରି:ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ । ଟେରାମ୍- ଗୁଡୁମ୍ ଗାଁ ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ଆହତ ସିଆରପିଫ୍ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଆଇଇଡି ଖଞ୍ଜିଥିବା ଜଣାପଡିଛି ।
ପୁଲିସ ଦ୍ବାରା ଜାରି ସୂଚନାନୁସାରେ ଆଜି ସକାଳ ଭୋର ସମୟରେ ଚିନ୍ନାଗେଲୁର ସିଆରପିଏଫ୍ କ୍ୟାମ୍ପରୁ ଯବାନମାନେ ଏରିଆ ଡୋମିନେସନ ପାଇଁ ଯାଇଥିଲେ। ଅପରେସନ ଚାଲିଥିବା ବେଳେ ପୂର୍ବରୁ ନକ୍ସଲମାନେ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ଘଟିଥିଲା ।
ସୂଚନାଯୋଗ୍ୟ ଯେ ନକ୍ସଲମାନଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଇଡି ସଂସ୍ପର୍ଶରେ କେବଳ ପୁଲିସ କିମ୍ବା ସୁରକ୍ଷାବାହିନୀର ଯବାନଙ୍କୁ କ୍ଷତି ହେଉନାହିଁ ବଂର ସାଧାରଣ ଲୋକ ମଧ୍ୟ ଏହାର ଶିକାର ହେଉଛନ୍ତି। ପୁଲିସ ଅଧିକାରୀଙ୍କ ଦ୍ବାରା କୁହାଯାଉଛି ଯେ ଆହତ ଯବାନମାନଙ୍କୁ ପ୍ରାଥମିକ ଉପଚାର ପରେ ଉଚିତ ଚିକିତ୍ସା ନିମନ୍ତେ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।