ଛତିଶଗଡ଼ର ବିଜାପୁରରେ ବଡ଼ ଧରଣର ଏନକାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ନକ୍ସଲ ନିହତ, ୨ ଯବାନ ସହିଦ

ଛତିଶଗଡ଼: ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ବସ୍ତର୍ ଆଇଜି ପି. ସୁନ୍ଦରରାଜ। ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସୁରକ୍ଷାବାହିନୀର ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି […]

ଛତିଶଗଡ଼: ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ବସ୍ତର୍ ଆଇଜି ପି. ସୁନ୍ଦରରାଜ। ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସୁରକ୍ଷାବାହିନୀର ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସହିଦ ହୋଇଥିବା ଦୁଇ ଯବାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ପୁଲିସର ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRV)ର ହୋଇଥିବା ବେଳେ ଅନ୍ୟ ଜଣେ ସ୍ପେଶାଲ ଟାସ୍କ ଫୋର୍ସର ବୋଲି ଜଣାପଡ଼ିଛି। ଆଜି ସକାଳେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ବିଭିନ୍ନ ସୁରକ୍ଷା ବଳର ଯବାନମାନେ ମିଳିତ ଭାବେ ଏଥିରେ ସାମିଲ ହୋଇଥିଲେ।

ଏକନ୍‌କାଉଣ୍ଟର ସ୍ଥଳରୁ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି ବୋଲି ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ରହିଛି ବହୁ ମାତ୍ରାରେ ଏକେ-୪୭, ଏସ୍‌ଏଲ୍‌ଆର, ଇନ୍‌ସାସ୍ ରାଇଫଲ, .୩୦୩ ଓ ବିଜିଏଲ୍‌ ଲଞ୍ଚର ରହିଛି।

ଏବେ ବି ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି। ଜଙ୍ଗଲରେ କମ୍ଵି ଜାରି ରଖିଛନ୍ତି ଏସଟିଏଫ୍‌, ଡିଆରଜି ଯବାନଙ୍କ ମିଳିତ ଟିମ୍। ବସ୍ତର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। କିଛି ଦିନ ହେଲା ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ ଜୋରଦାର ହୋଇଛି। ନକ୍ସଲ ସମସ୍ୟାକୁ ମୂଳପୋଛ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୁଇ ମାସ ଭିତରେ ୮୦ରୁ ଅଧିକ ମାଓବାଦୀ ନିହତ ହେଲାଣି। ଏବେ ଗୋଟିଏ ଦିନରେ ଗୋଟିଏ ଅପରେସନରେ ୩୦ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ହେବା ଦ୍ଵାରା ନିଶ୍ଚିତ ଭାବେ ଲାଲବାହିନୀର ମେରୁଦଣ୍ଡ ଭାଙ୍ଗିଯିବ।

About The Author: The Sakala