କଟକ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା । ହ୍ୟୁମାନଙ୍କ ମା’ ଶେଫାଳୀ ସୁନା ଦେଇଥିବା ଏତଲା ଆଧାରରେ ତଦନ୍ତ କରାଯାଉଥିବା ନେଇ ସୂଚନା ଦେଲେ କଟକ ଡିସିପି ଋଷିକେଶ ଖିଲାରୀ । କଟକ ଡିସିପି କହିଛନ୍ତି କି, ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ। ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି । ଚିକିତ୍ସା ସମ୍ପର୍କରେ ଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଛି । ହ୍ୟୁମାନଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ନହେବା ସମ୍ପର୍କରେ ଏମ୍ସର ଡାକ୍ତରଙ୍କ ସହ ଯୋଗାଯୋଗରେ ରହିଛି ପୁଲିସ । କିଛି ଚିକିତ୍ସା ସମ୍ପର୍କିତ ଦସ୍ତାବିଜକୁ ମଧ୍ୟ ଆଣିଛି ପୁଲିସ । ହୋଇଥିବା ଅଭିଯୋଗର ଗୋଟି ଗୋଟି କରି ତଦନ୍ତ ହେବ । ସବୁଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା’ ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ।