ଗୃହରେ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭରୁ ହିଁ ବିରୋଧୀ ହଟ୍ଟଗୋଳ କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ଧାନ ମଣ୍ଡି ସମସ୍ୟା ନେଇ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ହୋହଲ୍ଲା କରିଛନ୍ତି। ଫଳରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଅପରାହ୍ଣ ୪ ଯାଏଁ  ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଆଜି ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଥିଲା। ଗୃହ କାର୍ଯ୍ଯ ଆରମ୍ଭରୁ ଧାନକିଣାକୁ ନେଇ ଆରମ୍ଭରୁ ଗୃହରେ ହଟ୍ଟଗୋଳ […]

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭରୁ ହିଁ ବିରୋଧୀ ହଟ୍ଟଗୋଳ କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ଧାନ ମଣ୍ଡି ସମସ୍ୟା ନେଇ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ହୋହଲ୍ଲା କରିଛନ୍ତି। ଫଳରେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଅପରାହ୍ଣ ୪ ଯାଏଁ  ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଆଜି ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଥିଲା। ଗୃହ କାର୍ଯ୍ଯ ଆରମ୍ଭରୁ ଧାନକିଣାକୁ ନେଇ ଆରମ୍ଭରୁ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହ ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ନାରାବାଜି କରିଥିଲେ । ଗୃହ ସାଢ଼େ ୧୧ଟା ଯାଏ ମୁଲତବି ରହିଥିଲା । ମୁଲତବି ପରେ ପୁଣିଥରେ ଗୃହ କାର୍ଯ୍ଯ ଆରମ୍ଭ ହୋଇଥିଲା। ଆରମ୍ଭରୁ  ଧାନମଣ୍ଡି ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ପ୍ରକୃତ ଚାଷୀଙ୍କଠାରୁ ଧାନ କିଣାଯାଉ ନ ଥିବା ଦଳ ଅଭିଯୋଗ କରିଛି। ସବୁ ଚାଷୀଙ୍କ ଧାନ କିଣାଯିବ ବୋଲି କହିଥିଲେ। କିନ୍ତୁ ମିଛ ଚାଷୀଙ୍କଠାରୁ ଧାନ କିଣାଯାଉଥିବାରୁ ଏହାର ପ୍ରତିବାଦ କରାଯାଇଛି ବୋଲି ବିରୋଧୀ କହିଛନ୍ତି । ଅନ୍ୟପଟେ ବିଜେଡି କହିଛି ବିରୋଧୀ ଅଯଥାରେ ଜାଣିଶୁଣି ବିଧାନସଭାକୁ ଅଚଳ କରୁଛନ୍ତି ।

About The Author: The Sakala