ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ରାଜ୍ୟପାଳଙ୍କ ପ୍ରଶଂସା: ସାମ୍ୱାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାର ମାନ୍ୟତା ନିଷ୍ପତ୍ତିକୁ ସ୍ୱାଗତ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟସରକାରଙ୍କ ନିଷ୍ପତ୍ତିକୁ ମହାମହିମ ରାଜ୍ୟପାଳ ପ୍ରଫେଶର ଗଣେଶୀଲାଲ ସ୍ବାଗତ କରିଛନ୍ତି। ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଘୋଷଣାକୁ ସମ୍ମାନ ଜଣାଇଛନ୍ତି ଗଣେଶୀ ଲାଲ। ଜନସାଧାରଣଙ୍କୁ ସଚେତନ କରିବାରେ ସାମ୍ବାଦିକଙ୍କ ଭୂମିକା ଖୁବ ରହିଛି। ଏପରି କୋଭିଡ ସମୟରେ ଲୋକଙ୍କ ପାଖରେ ସଠିକ ଖବର ପହଞ୍ଚାଉଛନ୍ତି ସାମ୍ବାଦିକମାନେ। ତେଣୁ ରାଜ୍ୟସରକାରଙ୍କ ଏ ନିଷ୍ପତ୍ତି ଖୁବ ସ୍ବାଗତଯୋଗ୍ୟ ବୋଲି ଟ୍ବିଟ୍ କରି ପ୍ରଶଂସା କରିଛନ୍ତି ରାଜ୍ୟପାଳ । Hon'ble Governor appreciated Government of Odisha’s decision to […]

ଭୁବନେଶ୍ୱର: ରାଜ୍ୟସରକାରଙ୍କ ନିଷ୍ପତ୍ତିକୁ ମହାମହିମ ରାଜ୍ୟପାଳ ପ୍ରଫେଶର ଗଣେଶୀଲାଲ ସ୍ବାଗତ କରିଛନ୍ତି। ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଘୋଷଣାକୁ ସମ୍ମାନ ଜଣାଇଛନ୍ତି ଗଣେଶୀ ଲାଲ। ଜନସାଧାରଣଙ୍କୁ ସଚେତନ କରିବାରେ ସାମ୍ବାଦିକଙ୍କ ଭୂମିକା ଖୁବ ରହିଛି। ଏପରି କୋଭିଡ ସମୟରେ ଲୋକଙ୍କ ପାଖରେ ସଠିକ ଖବର ପହଞ୍ଚାଉଛନ୍ତି ସାମ୍ବାଦିକମାନେ। ତେଣୁ ରାଜ୍ୟସରକାରଙ୍କ ଏ ନିଷ୍ପତ୍ତି ଖୁବ ସ୍ବାଗତଯୋଗ୍ୟ ବୋଲି ଟ୍ବିଟ୍ କରି ପ୍ରଶଂସା କରିଛନ୍ତି ରାଜ୍ୟପାଳ ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ମାନ୍ୟତା ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୬ ହଜାର ୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଏହାର ଲାଭ ପାଇବେ। ଏହି ଯୋଜନାରେ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଉଛି। କୋଭିଡ୍ ସମୟରେ କାର୍ଯ୍ୟରତ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହେଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

About The Author: The Sakala